Img 20241118 Wa0221

“ପ୍ରକୃତ ଜ୍ଞାନୀ ଲୋକଙ୍କର ଧନ, ମାନସମ୍ମାନ, ସମୃଦ୍ଧି ଛାଇ ପରି ଥାଏ ” : ସ୍ୱାମୀ ଚିଦ୍ରୁପାନନ୍ଦଜୀ

State

ବାରିପଦା: ” ଏକ ସର୍ଭେ ଅନୁସାରେ ବିଭିନ୍ନ ଡିଗ୍ରୀ ସେର୍ଟିଫିକେଟ ଧାରୀ ମଧ୍ୟରୁ ମାତ୍ର ଶତକଡା ୩0 ଭାଗଙ୍କ ପାଖରେ ପ୍ରକୃତ ଯଗ୍ୟତା ଥାଏ l ସେଇ ବ୍ୟକ୍ତିମାନଙ୍କ ପଛରେ ଧନ, ମାନସମ୍ମାନ, ସବୃଦ୍ଧି ଛାଇ ପରି ଗଡ଼ାଇ ଥାଏ l ବାକି ବ୍ୟକ୍ତିମାନେ ବେକାର ହୋଇ ସରକାରଙ୍କୁ ଚାକିରୀ ଭିକ୍ଷା ମାଗି ଥାନ୍ତି ନଚେତ ନିନ୍ଦା କରି ଥାନ୍ତି l ଏବେ ପିଲାମାନେ କଳେବଳେ ଅଧିକ ମାର୍କ ରଖିବା ସହିତ କେବଳ ଡିଗ୍ରୀ ହାସଲ କରିବା ପଛରେ ଗଡ଼ାଇ ଛନ୍ତି” ବୋଲି ଚିନ୍ମୟ ମିଶନ ନୋଏଡା ଉତ୍ତମ ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଆଜି ସ୍ଥାନୀୟ ମହାରାଜା ପୁର ସ୍ଥିତି ମୟୁରଭଞ୍ଜ ଏକାଉଣ୍ଟଡେନ୍ସି ଓ ମେନେଜମେଣ୍ଟ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉଦବୋଦନ ଦେଇଥିଲେ l

ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଉଦଳା ଚିନ୍ମୟ ମିଶନ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ଚିନ୍ମୟ ମିଶନ ବାରିପଦାର ସମ୍ପାଦକ ଅଜିତ ବେହେରା, ଚିନ୍ମୟ ଯୁବ କେନ୍ଦ୍ରର ସଭାପତି ସବ୍ୟସାଚୀ ପଲେଇ, ସମ୍ପାଦକ ବିଷ୍ନୁପଦ ବେରା ପ୍ରମୁଖ ଉପସ୍ଥିତ ଥିଲେ l

ଉପାଧ୍ୟକ୍ଷ ସଂଘମିତ୍ରା ରାଉତ, ଏନ ଏସ ଏସ ସଂଯୋଜକ ମଦନ ମହାନ ସାହୁ, ଦେବବ୍ରତ ବିଶ୍ୱାଳ, ସୁଜାତା ପାଲ, ସତ୍ୟ ନାରାୟଣ ଦାସ, ପ୍ରତିଭା ଦାସ ରୁପମଞ୍ଜରୀ ବେହେରା, ସସ୍ମିତା ସି, ଅଙ୍କିତା ସିଂ କବିତା ସାହୁ, ଲଷ୍ମୀ ଚାପେୟାର, ମିନାକ୍ଷୀ ସାହୁ, ଅଭିଜିତ ପଟ୍ଟନାୟକ, ଅଭିଜିତ ପଟ୍ଟନାୟକ, ମୀରା ସେନାପତି, ପ୍ରିତମ ମହାନ୍ତ ସହଯୋଗ କରିଥିଲେ l