Onn 3

ଅର୍ଦ୍ଧନିର୍ମିତ ଘରୁ ଚୋରି ଅଭିଯୋଗ ; ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାର ସିନେମା ହଲ ପାଖ ଶ୍ରଦ୍ଧା ଡ଼େଭଲପ୍ ଅଞ୍ଚଳରୁ ଏକ ଅର୍ଦ୍ଧନିର୍ମିତ ଘରୁ ବିଭିନ୍ନ ନିର୍ମାଣ ସରଞ୍ଜାମ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଏକ ପ୍ଲଟ କିଣି ଅବସରପ୍ରାପ୍ତ ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ତନ୍ମୟ କୁମାର ମହାନ୍ତି ଏକ ନୂତନ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଉକ୍ତ ଘରର ତାଲା ଭାଙ୍ଗି ସେଥିରେ ଥିବା ଦୁଇଟି ପାଣି ମୋଟର, କୋଡ଼ି,କୋଦାଳ, ଶାବଳ, ଧୁର୍ମୁସ , ରଡ଼ କଟିଂ ମେସିନ୍ ,କୁଣ୍ଡ ଏବଂ ତଗାଡ଼ି ସହ ଅନ୍ୟାନ୍ୟ ନିର୍ମାଣ ସରଞ୍ଜାମ ଚୋରି କରି ନେଇଯାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେବ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି, ଡ଼କାୟତି, ରାହାଜାନି, ଅପହରଣ ଏବଂ ଗଣ୍ଡଗୋଳ କ୍ରମାଗତ ଭାବେ ଚାଲିଥିବା ବେଳେ ପୋଲିସର ନିଷ୍କ୍ରିୟତା ପାଇଁ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ଏଥ୍‌ôପ୍ରତି ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।