- କଳାସଂସ୍କୃତି ଓ ପରଂପରାକୁ ଅକ୍ଷୁର୍ଣ୍ଣ ରଖି ନୂଆ ବାରିପଦା ଗଠନ ପାଇଁ ଆହ୍ୱାନ
- ତିନିଦିନ ଧରି ମଞ୍ଚଉପରେ ପିଲାଙ୍କ ଜନ୍ମଦିନ ପାଳିଲେ ମହୋତ୍ସବ କମିଟୀର କର୍ମକର୍ତ୍ତା
- ଚିତ୍ରଶିଳ୍ରୀ ସମରେନ୍ଦ୍ରଙ୍କ ଶାଳପତ୍ରରେ ଫୁଟି ଉଠିଲା ଅଭିନେତ୍ରୀ ନନ୍ଦିତାଙ୍କ ଚିତ୍ର
ବାରିପଦା : କଳାର ସହର ବାରିପଦା ଠାରେ ଚାଲିଥିବା ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବର ପ୍ରଥମ ଅଧିବେଶନକୁ ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଅରବିନ୍ଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ସମଗ୍ର ଓଡିଶାକୁ ମୟୂରଭଂଜର ଦାନ ସଂପର୍କରେ ଆଲୋକପାତ କରିଥିଲେ । ଏଥିସହିତ ବାରିପଦାର ସାଂସ୍କୃତିକ ଐତିହ୍ୟ ଓ ପରଂପରାର ବିଭବକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ । ସଂସ୍କାର ଶିଶୁମହୋତ୍ସବ ମୟୂରୀ ଭଳି ମଞ୍ଚ ପିଲାଙ୍କ ଅନ୍ତର୍ନିହିତ ଗୁଣାବଳୀକୁ ପରିପ୍ରକାଶ ପାଇଁ ତଥା ବ୍ୟକ୍ତିତ୍ୱ ବିକାଶ ପାଇଁ ଅନନ୍ୟ ମାଧ୍ୟମ ସାଜିଥିବାରୁ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଏକକାଳୀନ ବିଭିନ୍ନ ମଞ୍ଚରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସାଙ୍ଗକୁ କର୍ମଶାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ଉଦ୍ଯାପନୀ ଦିବସରେ ସାରା ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସଂଧ୍ୟାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ମହାତ୍ମାଗାନ୍ଧୀ ଚକ୍ଷୁଚିକିତ୍ସାଳୟର ମୁଖ୍ୟକର୍ଣ୍ଣଧାର ଡଃ ଆଦିତ୍ୟ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ଗୀତାଞ୍ଜଳି ପଟ୍ଟନାୟକ , ବିଶେଷ ଅତିଥି ଭାବେ ପୌରପରିଷଦର ଉପାଧ୍ୟକ୍ଷା ସୀମା ଦାସ ଯୋଗ ଦେଇ ସଂସ୍କାର ଶିଶୁମହୋତ୍ସବ ମୟୂରୀର ଅଭିନବ ପରିକଳ୍ପନାକୁ ସାଧୁବାଦ ଜଣାଇବା ସହିତ କଳା ସଂସ୍କୃତି ଓ ପରଂପରାକୁ ଅକ୍ଷୁର୍ଣ୍ଣ ରଖି ନୂଆ ବାରିପଦାର ସଂଭାବନାମୟ ସୁନେଲୀ ସକାଳକୁ ସ୍ୱାଗତ କରିବାକୁ ଆହ୍ୱାନ ଦେଇଥିଲେ । ମହୋତ୍ସବ କମିଟୀର ସଭାପତି କୃଷ୍ଣାନନ୍ଦ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଂପାଦକ ତଥା ବିଶିଷ୍ଟ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ତିନିଦିନ ଧରି ସମସ୍ତ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ପରିଚାଳନା କରିଥିଲେ । ସ୍ଥାନୀୟ ଶିଶୁ ଉଦ୍ୟାନର ବ୍ୟାଣ୍ଡ ଷ୍ଟାଣ୍ଡ ସହିତ ପୌରପରିଷଦ ଯାତ୍ରୀନିବାସର ମଞ୍ଚ ଏବଂ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଏକକାଳୀନ ତିନୋଟି ପ୍ରତିଯୋଗିତା ସହିତ ବିଭିନ୍ନ କର୍ମଶାଳା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିଥିଲା । ନର୍ସରୀ ଠୁ ଆରମ୍ଭ କରି ଦଶମ ଶ୍ରେ ଣୀ ପର୍ଯ୍ୟନ୍ତ ୪ଟି ଗ୍ରୁପରେ ପ୍ରତିଯୋଗୀମାନଙ୍କୁ ଭାଗ କରାଯାଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । କୁନି କୁନି ପିଲାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀ ବିକାଶ ସହିତ ସଂପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ ପାଇଁ ଆୟୋଜିତ ଏହି ମହୋତ୍ସବରେ ତିନିଦିନ ଧରି ପିଲାମାନେ ୨୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଚଳିତ ବର୍ଷ ଏହି ମହୋତ୍ସବରେ ଦେଢ ହଜାରରୁ ଅଧିକ ପ୍ରତିଯୋଗୀ ଭାଗନେଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ । ଏହି ଅବସରରେ ୧୬୦ରୁ ଅଧିକ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ସହିତ ତିନିଦିନ ଧରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଗହଳିକୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିବା ଆରକ୍ଷୀ ବନ୍ଧୁମାନଙ୍କୁ ମଧ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ପିଲାମାନଙ୍କ ପାଇଁ କରାଯାଇଥିବା ସେଲଫି ପଏଣ୍ଟନିକଟରେ ଉଦ୍ଯାପନୀ ଦିବସ ଅବସରରେ ଉପସ୍ଥିତ ଶତାଧିକ ପିଲା ଓ ଅଭିଭାବକଙ୍କ ସମ୍ମୁଖରେ ମୟୂରଭଂଜର ଅନନ୍ୟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ବାଲୁକା କଳା ମାଧ୍ୟମରେ ଜାତୀୟ ଗଣଧ୍ୟମ ଦିବସର ପ୍ରତୀକାତ୍ମକ ଚିତ୍ର ବାଲିଦେହରେ ଅଙ୍କନ କରିଥିଲେ । ସେପଟେ ମୟୂରଭଂଜର ଆଉ ଜଣେ କୃତୀଶିଳ୍ପୀ ସମରେନ୍ଦ୍ର ବେହେରା ସମସ୍ତଙ୍କ ଆଗରେ ୫ରୁ ୧୦ମିନିଟ ମଧ୍ୟରେ ଶୁଖିଲା ଶାଳପତ୍ରକୁ କାଟି ତା ଉପରେ ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସଙ୍କ ଚିତ୍ର ଅଙ୍କନ କରି ସମସ୍ତଙ୍କୁ ଚମତ୍କୃତ କରିଥିଲେ । ଏହି ଅବସରରେ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ, ବିଶିଷ୍ଟ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଓ ବିଶିଷ୍ଟ ଚିତ୍ରଶିଳ୍ପୀ ଦିବ୍ୟରଞ୍ଜନ ରାଉତଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ରପୁର ସ୍କୁଲ ଛାତ୍ରମାନଙ୍କ ଦ୍ୱାରା ପରିବେଶିତ ଦଳଗତନୃତ୍ୟରେ ମୁଗ୍ଧ ହୋଇ ଅନୁଷ୍ଠାନ ପକ୍ଷରୁ ସଙ୍ଗେ ସଂଗେ ମଞ୍ଚ ଉପରେ ୩ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିବା ବେଳେ ଯଶ୍ମୀନ ଶତପଥୀଙ୍କ ବଳିଷ୍ଠ ନୃତ୍ୟ ପାଇଁ ୫ଶହ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ କୁନି ପ୍ରତିଭା ସମୀକ୍ଷା ପାଢୀଙ୍କ ସମେତ ଅଂଶିକା ଦାସ, କୁନାକ୍ଷୀ ଦାସ, ପ୍ରାଭ୍ୟାଶ୍ରୀ ପଣ୍ଡାଙ୍କୁ ମଞ୍ଚରେ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । ସେପଟେ ତିନିଦିନ ଧରି ମଞ୍ଚ ଉପରେ ବିଭିନ୍ନ ପିଲାଙ୍କ ଜନ୍ମଦିନକୁ ଭବ୍ୟ ଆକାରରେ ପାଳନ କରାଯାଇ ସେମାନଙ୍କୁ ଶୁଭକାମନା ସହିତ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରାଯାଇଥିଲା । ଏହି ଅବସରରେ ପ୍ରତିଯୋଗୀଙ୍କ ମାଆ ମାନଙ୍କ ମଧ୍ୟରେ ଶଂଖ ଓ ହୁଳହୁଳି ପ୍ରତିଯୋଗିତା ହୋଇଥିଲା ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, କୈବଲ୍ୟ ପ୍ରସାଦ ମହାପାତ୍ର, କ୍ଷେତ୍ରମୋହନ ପଣ୍ଡା, ଉପ ସଭାପତି ମନୋଜ କୁଅଁର, ଯୁଗ୍ମ ସଂପାଦକ ସଂଗ୍ରାମ କେଶରୀ ଭଞ୍ଜଦେଓ, ରେଣୁବାଳା ରଥଙ୍କ ସମେତ ଡଃ ବୀଣାପାଣି ଦାଶ, ଡଃ ପୁଷ୍ପା ପାତ୍ର, ପ୍ରୀତିସୁଧା ତ୍ରିପାଠୀ, ଭାରତୀ ବେବର୍ତ୍ତା, ସୁନୀତା କୁଅଁର, ସୁଜାତା ମିଶ୍ର, ପ୍ରଣତୀ ପଟ୍ଟନାୟକ, ଡଃ ସନ୍ଦୀପ ଚାନ୍ଦ, ବାସନ୍ତୀଲତା ମହାପାତ୍ର, ସଂଧ୍ୟାରାଣୀ ଦାସ, ବୈଜୟନ୍ତୀମାଲା ପାଲ, ଡଃ ଅଳକା ମଞ୍ଜରୀ ଭୂୟାଁ, ରଜନୀ ବାରିକ, କିଚକ ବେହେରା, ଶାନ୍ତନୁ ସିଂ, ପାର୍ବତୀ ବାରିକ୍ ୍ ସୁସ୍ମିତା ଘୋଷାଲ, ପୂଣ୍ଣିମା ପଣ୍ଡା, ଲକ୍ଷ୍ମୀଧର ଜେନା, କମଳ ଲୋଚନ ମହାକୁଡ, ଅଜିତ ପାତ୍ର, ସତ୍ୟାନନ୍ଦ ସେଜପଡା, ସୁନୀଲ ଜେନା, ଡଃ ସରୋଜ ନାୟକ, ଅମିତାଭ ମିଶ୍ର, ଜ୍ୟୋତିରଂଜନ ଦାସ, ସୋମନାଥ ସିଂ, ସାଇ ପ୍ରକାଶ ମହାନ୍ତି, ସଞ୍ଜୀବ ଦଳେଇ,ଅଜିତ ଭକ୍ତା , ଡଃ ଗଣେଶ୍ୱର ଭୋଇ, ପ୍ରଫୁଲ୍ଲ ପଣ୍ଡା, ହିମାଦ୍ରୀତନୟା ଚୌଧୁରୀ, ଦର୍ଶନା ଭଞ୍ଜଦେଓ, ପ୍ରାଚୀତା ମହାନ୍ତ, ଶ୍ରୁତିସୌମ୍ୟା ମାଇତି, ରଶ୍ମିରେଖା, ଚିନ୍ମୟ ଷଡଙ୍ଗୀ, ହିଂମାଶୁ ରାଉତ, ଏମ ପିସି ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ତିନିଦିନ ଧରି ସକାଳ ୮ଟାରୁ ରାତି ୯ଟାଯାଏଁ ଏହି ମହତ୍ସୋବ ରେ ପିଲାଙ୍କ ସହିତ ଅଭିଭାବକ ଓ ଗୁରୁଜୀ ଗୁରୁମା ମାନେ ଯୋଗଦେଇ ଆନନ୍ଦରେ ଉଲ୍ଲିତ ହୋଇଥିଲେ । ଶେଷରେ ମୟୂରଭଞ୍ଜିଆ ମୁଁ ମୟୂରଭଂଜିଆ ଗୀତରେ ଉପସ୍ଥିତ ସମସ୍ତେ ମଞ୍ଚକୁ ଚଢି ନୃତ୍ୟ କରିବା ସହିତ ପରସ୍ପରକୁ ମିଠା ଖୁଆଇ ବିଦାୟ ନେଇଥିଲେ ।