2 184 1731833504029

ବିମାନ ବନ୍ଦରରେ ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧନା; ସ୍ବପ୍ନ ସାକାର ହେଲା କହିଲେ ହକି ଇଣ୍ଡିଆ ସଭାପତି

State

ଭୁବନେଶ୍ବର: ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପରେ ଓଡ଼ିଶାର ଐତିହାସିକ ବିଜୟ  । ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ପ୍ରଥମ ଥର ଟାଇଟଲ୍ ଜିତି ସ୍ବର୍ଣ୍ଣପଦକ ହାସଲ କରିଛି ଓଡ଼ିଶା ହକି ସଂଘ । ବିଜୟ ପରେ ରବିବାର ଓଡ଼ିଶା ଫେରିଛି ଦଳ । ଭୁବନେଶ୍ବର ବିମାନବନ୍ଦରରେ ଟିମ୍ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।

ଓଡ଼ିଶା ତରଫରୁ ଆକାଶ ତିର୍କି ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଶିଳାନନ୍ଦ ଲାକ୍ରା ହ୍ୟାକ୍ରିଟ୍ ଗୋଲ ସ୍କୋର କରିଥିଲେ । ଅନ୍ୟପଟେ ହରିୟାଣା ତରଫରୁ ଯୋଗିନ୍ଦର ସିଂହ କେବଳ ଗୋଟିଏ ଗୋଲ ସ୍କୋର କରିଥିଲେ । ଫଳରେ ଓଡ଼ିଶା ହକି ସଂଘ ୫-୧ ଗୋଲରେ ଟାଇଟଲ ଜିତିଛି ।

ଓଡ଼ିଶା ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆର ସଭାପତି । ସେ କହିଛନ୍ତି, ଜାତୀୟ ସିନିୟର ପୁରୁଷ ହକି ଚାମ୍ପିଆନସିପରେ ଓଡିଶା ଟିମ୍ ଫାଇନାଲରେ ପ୍ରବେଶ ସ୍ବପ୍ନ ସାକାର କରିଛି । ପୂର୍ବରୁ ୧୯୯୩ରେ ଓଡିଶା ଦଳ ସେମି ଫାଇନାଲ ମ୍ୟାଚ୍ ଖେଳିଥିଲା । ପ୍ରାୟ ୩୧ ବର୍ଷ ପରେ ଓଡ଼ିଶା ଟିମ୍  ଜାତିୟ ସିନିୟର ପୁରୁଷ ହକି ଚାମ୍ପିଅନସିପ ଫାଇନାଲ ଜିତିଛି । କୋଚ୍ ବିଜୟ ଲାକ୍ରାଙ୍କ ନେତୃତ୍ୱରେ ଓଡିଶା ଦଳ ଶ୍ରେଷ୍ଠ ପଦର୍ଶନ କରିଛି । ଓଡିଶା ଖେଳାଳିଙ୍କ ପାଖରେ ସେହି ଦକ୍ଷତା ରହିଛି । ସେମାନେ ଭଲ ଟିମକୁ ହରାଇ ବିଜୟୀ ହୋଇଛନ୍ତି ହକି ଇଣ୍ଡିଆର ସଭାପତି କହିଛନ୍ତି ।