Onn 3

ସଙ୍କଟ ତାରିଣୀଙ୍କ ପୀଠରେ ମହୋତ୍ସବ

State

ଆଗରପଡ଼ା :ସ୍ଥାନୀୟ ବିଟିପୁର ସ୍ଥିତ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଗାଁ ଗଡ଼ସାହୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ସଂଙ୍କଟ ତାରିଣୀଙ୍କ ପୀଠରେ ବାର୍ଷିକ ମହୋତ୍ସବ ଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରାଖାଲକୃଷ୍ଣ ମିଶ୍ର ଓ ବାମନ ଦାସଙ୍କ ମନ୍ତ୍ରଉଚ୍ଚାରଣରେ ଗଗନ ପବନ ପ୍ରକମ୍ପିତ ହେବା ସହ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ସସ୍ତ୍ରୀକ ଶରତ ସିଂହ ଓ ମନୋରଜଂନ ରାମ ଏଥିରେ କର୍ତ୍ତା ସାଜିଥିଲେ । ଶତାଧିକ ଶ୍ରଦ୍ଧାଳୁ ଏଥିରେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ । ରାଜେଶ ସିଂହ,କାହ୍ନା ସିଂହ,ଲିଙ୍କୁନ ସିଂହ,କାଳିଆ ସିଂହ,ବଳଟୁ ସିଂହ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଏଥିରେ ସାହାଯ୍ୟ ସହଯୋଗ କରିଥିଲେ ।