Photo For The News Of Gurupujan

ପୁରାତନ ବିଦ୍ୟର୍ଥୀଙ୍କ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଳକ ରାମପୁର ପଂଚାୟତ ଅଳାଉତି ଉଚ୍ଚ ବିଦ୍ୟାଳୟର ୨୦୧୪ମସିହାରେ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ତରଫରୁ ଗୁରୁ ପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଧନେଶ୍ୱର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ବିକାଶ ସେନାପତି ପରିଚାଳନା କରିଥିଲେ । ଅତିଥି ଭାବେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ, ଶିକ୍ଷକ ଅଜୟ ଜେନା, ସତ୍ୟ ଭୂୟାଁ, ମନୋରଜଂନ ଦାସ, ଶେଷଦେବ ନାୟକ, ଲକ୍ଷ୍ମୀଧର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା,ପଦ୍ମନାଭ ସ୍ୱାଇଁ, ଶତୃଘ୍ନ ଜେନା, ସୁବାସିନୀ ଘଡ଼େଇ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀନିବାସ ଘଡ଼େଇ, ଅଭିଜିତ ସାହୁ, ଶଶିକାନ୍ତ ପଲେଇ, ମାନସ ବେହେରା, ପ୍ରଶାନ୍ତ ନାୟକ, ଚନ୍ଦନ ମହାନ୍ତି, ବିକାଶ ସେନାପତି, ବିରେନ ସାହୁ, ସଂଜୟ ପଲେଇ, ସୁଦର୍ଶନ ମଲିକ, ସତ୍ୟନାରାୟଣ ମଲ୍ଲିକ, ଗୌରୀ ଶଙ୍କର ନାୟକ ,ଦିପ୍ତି ରେଖା ଜେନା, ସ୍ୱାତିସଂଘମିତ୍ରା ପ୍ରଧାନ, ପ୍ରତିଭା ସାହୁ, ମାଣିକ ଓଝା, ସିନୁବାଳା ସୂତାର ପ୍ରମୁଖ ଦିବସ ବ୍ୟାପି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।