Photo For The News Of Thakurraja

ଆରପାରିରେ ଆଗରପଡ଼ା ଠାକୁର ରାଜା

State

ଆଗରପଡ଼ା  : ଆଗରପଡ଼ା ଠାକୁର ରାଜା ଭାବେ ପରିଚିତ,ବିଟିପୁର ଗ୍ରାମର କିଶୋରୀ ମୋହନ ସିଂହଙ୍କ ତାଙ୍କ ବାସଭବନରେ ଶୁକ୍ରବାର ପରଲୋକ ଘଟିଛି । ସେ କିଛି ଦିନ ହେଲା ରୋଗାକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପରଲୋକ ବେଳକୁ ତାଙ୍କ ନିକଟରେ ପୁଅ ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ସମେତ ବୋହୂ,ଝିଅଜ୍ୱାଇଁ,ପୁତୁରା,ନାତିନାତୁଣୀମାନଙ୍କ ସହ ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବାନେ ଉପସ୍ଥିତ ଥିଲେ ।

ସେ ଜଣେ ଜଗନ୍ନାଥ ମହାପ୍ରଭୂଙ୍କ ପରମସେବକ ଥିଲେ । ଜିଲ୍ଲାର ଅନ୍ୟତମ ପ୍ରମୁଖ ରଥଯାତ୍ରା ତାଙ୍କ ପ୍ରଚେଷ୍ଟାରେ ଏଠାରେ ହୋଇ ଆସୁଥିଲା । ସ୍ଥାନୀୟ ଆଖପାଖ ଅଂଚଳରେ ତାଙ୍କ ପୂର୍ବଜମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧି ଲାଭ କରିଛି । ତାଙ୍କ ପରଲୋକରେ ଆଗରପଡ଼ାର ଗାନ୍ଧୀ ତଥା ବିଶିଷ୍ଟ ସମାଜସେବୀ ରାମନାରାୟଣ ରାୟ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ତ୍ରିପାଠୀ ପ୍ରକୁଖ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।