Onn 3

ONN ପ୍ରଭାବ: ଖବର ପ୍ରକାଶ ପରେ ନିଯୁକ୍ତି ପାଇଲେ ପ୍ରଧାନଶିକ୍ଷକ

State

ଆଗରପଡ଼ା: ଗତ ଜୁଲାଇ ମାସ ୧୧ ତାରିଖ ରେ “ରୂପାନ୍ତରିତ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ; ୩୭୩ ଛାତ୍ରୀଙ୍କୁ ୭ ଶିକ୍ଷକ” ଶୀର୍ଷକ ଖବର ‘ONN’ ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଭଦ୍ରକ ଜିଲ୍ଲା ଆରସିବିଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପାଢୀଙ୍କୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ବହୁବିଦ୍ଧ ସମସ୍ୟା ଦେଇ ଗତି କରୁଛି । ବିଦ୍ୟାଳୟରେ ୩୭୩ଜଣ ଛାତ୍ରୀ ଥିବା ବେଳେ ୭ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ଯଦ୍ୱାରା ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ଉକ୍ତ ବିଦ୍ୟାଳୟ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇଛି । ଏହି ଯୋଜନାରେ ୩୮ ଲକ୍ଷ ଟଙ୍କା ମଧ୍ୟ ଏଠାରେ ବିନିଯୋଗ ହୋଇଛି । ପାରିପାର୍ଶିକ ଉନ୍ନତି କରଣ ବାବଦରେ ୫ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ଠିକ୍ ଭାବେ ହୋଇନଥିବାରୁ ଅସରାଏ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣିର ସୁଅ ଛୁଟିବା ସହ ଛାତ୍ରୀମାନେ ଆଣ୍ଟୁଏ ପାଣିରେ ଯିବା ଆସିବା କରୁଛନ୍ତି । ଏହି ବିଦ୍ୟାଳୟ ୬୨ ବର୍ଷରେ ପଦାର୍ପଣ କରିସାରିଥିଲେ ସୁଦ୍ଧା ଏହାର ଶିକ୍ଷାଦାନର ଭିତ୍ତୀଭୂମିରେ ପରିବର୍ତ୍ତନ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଉକ୍ତ ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୭୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ୩୭୩ ଜଣଙ୍କୁ ଶିକ୍ଷାଦାନ କରୁଛନ୍ତି ୭ଜଣ ଶିକ୍ଷକ । ଯଦ୍ୱାରା ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସରକାରୀ ନିୟମ ।ନୁସାରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୧୪ ଜଣ ଶିକ୍ଷକଙ୍କ ଆବଶ୍ୟକ ଥିବା ବେଳେ ୭ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଓ ୨ଜଣ ଶିକ୍ଷକ ଡ଼େପୁଟେସନରେ ସପ୍ତାହରେ ୩ଦିନ କରି ଆସୁଛନ୍ତି ।

ବିଡମ୍ବନାର ବିଷୟ ଏହିକି ଉକ୍ତ ବିଦ୍ୟାଳୟରେ କୌଣସି ନିୟମିତ ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀ ନାହାନ୍ତି । ସେମାନେ ମଧ୍ୟ ଡ଼େପୁଟେସନରେ ଆସିଛନ୍ତି । ଯଦ୍ୱାରା ପ୍ରତି ଶନିବାର ଏମାନଙ୍କ ବିନା ସମସ୍ତ କାର୍ଯ୍ୟ ସଂପାଦନା କରିବା ଅସମ୍ଭବ ହୋଇପଡ଼ିଥାଏ । ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହର କୌଣସି ମରାମତି କରାଯାଉନଥିବାରୁ ଏହାର ଛାତରୁ ବର୍ତ୍ତମାନ ପ୍ଲାଷ୍ଟର ସବୁ ଖସିବା ସହ ବର୍ଷାପାଣି ଝରୁଛି ଯାହାକି ପିଲାମାନଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି କର୍ମଚାରୀଙ୍କ କମନ ରୁମ ମଧ୍ୟ ଶୋଚନୀୟ ଅବସ୍ଥାରେ ଦଣ୍ଡାୟମାନ । ଏହିପରି ନାନାଦି ସମସ୍ୟା ମଧ୍ୟରେ ଉକ୍ତ ବିଦ୍ୟାଳୟ ଗତି କରୁଛି । ଲାଗି ରହିଥିବା ସମସ୍ୟା ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ରାଉଳଙ୍କୁ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ । ଏହିପରି ଶିକ୍ଷାବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷା ବିଭାଗର ଉକ୍ତ ବିଦ୍ୟାଳୟ ପ୍ରତି ଅଣ ଦେଖାକୁ ନେଇ ଶିକ୍ଷା କମିଟି ,ଅଭିଭାବକ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ଖବର ‘ଓଏନଏନ’ରେ ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଭଦ୍ରକ ଜିଲ୍ଲା ଆରସିବିଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପାଢୀଙ୍କୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

https://odishanewsnetwork.in/state-/33021/