Onn 3

ପିଇଓଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ବନ୍ତ ବ୍ଳକରେ କାର୍ଯ୍ୟରତ ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆସନ୍ତା ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅନ୍ଦୋଳନ କରିବେ ବୋଲି ଜିଲ୍ଲାପାଳଙ୍କୁ ବିଡ଼ିଓଙ୍କ ମାଧ୍ୟମରେ ଦସ୍ତଖତ ସମ୍ବଳିତ ଦାବିପଦ୍ର ପ୍ରଦାନ କରିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ; ରାଜ୍ୟ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଗତ ୨୯ ତାରିଖରେ ଚିଠି ନଂ ୭୧ ଏବଂ ମେମୋ ନଂ ୭୫ ରେ ରାଜ୍ୟ ସରକାରଙ୍କ ଠାରେ ସେମାନଙ୍କ ବିଭିନ୍ନ ଦାବି ଯଥା; ପିଇଓଙ୍କ ନିଯୁକ୍ତି କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ୨ ପରିବର୍ତ୍ତେ ଯୁକ୍ତ୩ କରିବା ସହ ଓଆରଏସପି ନିୟମ-୨୦୧୭ ଅନୁଯାୟୀ ବେତନକୁ ୨୧ହଜାର ୭୦୦ପରିବର୍ତ୍ତେ ୩୯ହଜାର୪୦୦କୁ ବର୍ଦ୍ଧିତ କରିବା ,ନୂତନ ପିଇଓ ପଦବୀ ସୃଷ୍ଟି କରିବା, ପିଇଓ ପଦବୀରେ ୧୦ବର୍ଷ ଚାକିରି କରିବାପରେ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରିବା ଆଦି ଉପସ୍ଥାପନା କରିଥିଲେ ।

କିନ୍ତୁ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ଦାବିକୁ ନେଇ କୌଣସି ବିଚାର କରାଯାଉନଥିବାରୁ ସେମାନେ ଆସନ୍ତା ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ଯଦି ଉକ୍ତ ସମୟ ମଧ୍ୟରେ ସରକାର କିଛି ବିଚାର ନକରନ୍ତି ତେବେ ଆସନ୍ତା ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅନ୍ଦୋଳନ କରିବା ପୂର୍ବକ ପିଇଓ ସମୁହ ଛୁଟିରେ ରହିବେ ବୋଲି ଜିଲ୍ଲାପାଳଙ୍କୁ ପିଇଓ ନିଶାକର ଖୁଣ୍ଟିଆ ,ଗଣେଶ ନାୟକ, ବୀର କିଶୋର ନାୟକ, ପ୍ରଫୁଲ୍ଲ ପଣ୍ଡା, ବିଭୂଦତ୍ତପାତ୍ର, ସଙ୍ଗିତା ରାଣୀ ପାଣିଗ୍ରାହୀ, ସମୀକ୍ଷା ତ୍ରିପାଠୀ, ଦେବେନ୍ଦ୍ର ଦଳେଇ, ଜୟ ପ୍ରକାଶ ମହାପାତ୍ର, ଅଲେଖ ମଲ୍ଲିକ, ଗୌରାଙ୍ଗ ଦେହୁରୀ, ଦୀପ ନାୟକ, ବିକାଶ ରାଉତ, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ବିଡ଼ିଓଙ୍କ ମାଧ୍ୟମରେ ଦସ୍ତଖତ ସମ୍ବଳିତ ଦାବିପଦ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।