Onn 3

ନୂତନ ସିଆରସିସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ଆଗରପଡ଼ା:ବନ୍ତ ବ୍ଲକ ଶିକ୍ଷା ବିଭାଗ ଅଧିନସ୍ଥ ତୋଫାବିବି କ୍ଲଷ୍ଟରରେ ନୂତନ ଭାବେ ନିଯୁକ୍ତି ପାଇଥିବା ସିଆରସିସି ନିରଂଜନ ଖିଲାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ତୋଫାବିବି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନୂସୟା ଯେନା ସଭାପତିତ୍ୱ କରିଥିବା ବେଳେ ସଭାକୁ ଏକାଦଶୀ ଏମ.ଇ ସ୍କୁଲ ପ୍ରଧାନ ଶିକ୍ଷକ ଜଗନ୍ନାଥ ମଲ୍ଲିକ ପରିଚାଳନା କରିଥିଲେ ।

କ୍ଲଷ୍ଟର ଅଧିନସ୍ଥ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇ ନୂତନ ସିଆରସିସି ଶ୍ରୀ ଖିଲାରଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଉକ୍ତ ସଭାରେ ଶରତ ଯେନା,ଅଜିତ ରାଉଳ,ନାରାୟଣ ସେଠୀ, ଦେବେନ୍ଦ୍ର ମଲ୍ଲିକ, ଭାରତୀ ମିଶ୍ର, ପ୍ରଣତି ମଂଜରୀ ଦେହୁରୀ, ଶ୍ୱେତପଦ୍ମା ପାତ୍ର, କୈାଶଲ୍ୟା ସେଠୀ, ଉମାମଣୀ ସିଂହ, ବିନୋଦ ବିହାରୀ ରାଉତ,ଗଙ୍ଗାଧର ମହାନ୍ତି, ଏ.ପି ରୋଜାଲିନ ପ୍ରମୁଖ ପ୍ରଧାନଶିକ୍ଷକ /ଶିକ୍ଷୟିତ୍ରୀ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ; ଶ୍ରୀ ଖିଲାର ସିଆରସିସି ନିମନ୍ତେ ଆୟୋଜିତ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ କ୍ଲଷ୍ଟର ବ୍ଲକର ଏକ ବୃହତ୍ତ କ୍ଲଷ୍ଟର ହେବାସହ ୩ଟି ପଂଚାୟତରେ ୨୨ଟି ସ୍କୁଲ ଉକ୍ତ କ୍ଲଷ୍ଟର ଅଧିନରେ ଥିବା ଜଣାପଡ଼ିଛି ।