Onn 3

ବି.ବି. ମହାବିଦ୍ୟାଳୟରେ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗୀତା

State

ବାରିପଦା: ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାଇଗଣବାଡିଆ ସ୍ଥିତ ବି.ବି.ମହାବିଦ୍ୟାଳୟରେ ପ୍ରତିଭା ଅନ୍ୱେଷଣ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ୩ଦିନ ଧରି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରି ଦକ୍ଷ କ୍ରୀଡାବିତ୍ କରିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ । ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ସାହିତ୍ୟିକ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜାହାଙ୍ଗୀର କବିର ତଥା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହଯୋଗରେ ଓଡିଆ ଓ ଇଂରାଜୀ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା, ନୃତ୍ୟ, ସଂଗୀତ ଝୋଟି ଶଙ୍ଖ ଫୁଙ୍କା ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉଭୟ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଲିବଲ, କ୍ୟାରମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଓ ବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଗଲା ।