Onn 3

ଦୁଇ ଦିବସୀୟ ଛେଳି ଚାଷ ସମ୍ପର୍କିତ ବିଶାଳ କର୍ମଶାଳା ଅନୁଷ୍ଠିତ

State

ବାରିପଦା: ଚାଷୀ ହସିଲେ ଦେଶ ହସିବ ।ଚାଷୀର ପ୍ରଗତି ଦେଶର ପ୍ରଗତି ।କେବଳ ଧାନ ଓ ଗହମ ଚାଷ କଲେ ଚାଷୀ ବେଶି ଲାଭବାନ ହୋଇ ପାରିବେ ନାହିଁ , ସେଥିପାଇଁ ବିକଳ୍ପ ଛେଳି, ଗୋପାଳନ, ଫୁଲ ,ଡାଲି ଜାତୀୟ ଶସ୍ୟ ଚାଷ କଲେ ଚାଷୀ ଦୁଇ ଗୁଣା ଲାଭ ପାଇଁ ପାରିଵେ ।ବଣ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ମୟୂରଭଞ୍ଜ ଜିଲ୍ଲାର ଯୁବ ଉଦ୍ୟୋଗୀ ଚିନ୍ମୟ ଦାସ ଆଗକୁ ପାଦ ବଢାଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵିଞ୍ଝୁଆ ଗ୍ରାମରେ ଥିବା ଏମଜିପିଏଲ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ‘ଗୋଟ ବ୍ୟାଙ୍କ ଓଡିଶା’ର ଆନୁକୂଲ୍ୟରେ ଦୁଇ ଦିବସୀୟ ବିଶାଳ ଛେଳିଚାଷ ସଂକ୍ରାନ୍ତୀୟ କର୍ମଶାଳା ରବିବାର / ସୋମବାର ଦିନ ଗୋଟ ବ୍ୟାଙ୍କ ଓଡିଶାର ବରିଷ୍ଠ ନିର୍ଦେଶକ ତଥା ମୟୂରଭଞ୍ଜର ଯୁବ ଉଦ୍ବୋଗୀ ଚିନ୍ମୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରଥମ ଦିନରେ ଵହଳଦା ଏବଂ ଯାମଦା ବ୍ଳକ ଏବଂ ଦିତୀୟ ଦିନରେ ତିରିଂ ଏବଂ ରାଇରଙ୍ଗପୁର ବ୍ଳକର ୩୦୦ ରୁ ଊର୍ଦ୍ଧ୍ବ ଛେଳି ଚାଷୀ ଯୋଗ ଦେଇଥିଲେ ।ଗୋଟ ବ୍ୟାଙ୍କ ଓଡ଼ିଶାର ଅନ୍ୟ ଜଣେ ଡାଇରେକ୍ଟର ଵିରେନ ସାହୁ ଏହି କର୍ମଶାଳାରେ ଯୋଗ ଦେଇ ଛେଳି ଚାଷୀ ମାନଙ୍କୁ ଛେଳିଚାଷ,ଛେଳିର ଯତ୍ନ, ଛେଳି ବୀମା,ସଠିକ ସମୟରେ ରୋଗକୁ ଚିହ୍ନି ଔଷଧ ଓ ଟିକା କରଣ କରିବା,ଛେଳିର ବଜାର ବିକ୍ରି,ଛେଳି ମଳରୁ ଖତ ଉତ୍ପାଦନ,ଛେଳି ଦୁଧରୁ ଘିଅ ଉତ୍ପାଦନ ଇତ୍ୟାଦି ଉପରେ ସବିଶେଷ ତଥ୍ୟ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ଛେଳି ଚାଷ ଏକ ଲାଭ ଜନକ ଚାଷ ।ଛେଳି ଚାଷ କରି ଆର୍ଥିକ ଲାଭବାନ ହୋଇପାରିଵେ ବୋଲି କହିଥିଲେ । ସେହିଭଳି ଗୋଟ ବ୍ୟାଙ୍କ ଓଡିଶାର ବରିଷ୍ଠ ନିର୍ଦେଶକ ଚିନ୍ମୟ ଦାସ କହିଥିଲେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି ଗୋଟ ବ୍ୟାଙ୍କ ଓଡିଶା ତରଫରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି ।

ରାଇରଙ୍ଗପୁର, ଵହଳଦା, ଯାମଦା, ତିରିଂ ବ୍ଳକର ୪୧ ଟି ପଞ୍ଚାୟତରେ ପ୍ରାଣୀଧନ ସେବା ଅଧିକାରୀ ଅଧିକାରୀ ( ପିଏସଏ) ନିଯୁକ୍ତି ଦିଆଯାଇଛି । ସେମାନେ ୧୦ ହଜାର ଛେଳିଚାଷୀଙ୍କୁ ଛେଳିଚାଷ ନିମନ୍ତେ ଉତ୍ସାହିତ କରିବା ସହ ତାଲିମ ପ୍ରଦାନ କରିବେ । ସେମାନଙ୍କର ଲକ୍ଷ୍ୟ ଅଛି ଖୁବ ଶିଘ୍ର ଏକ ଲକ୍ଷରୁ ଉର୍ଦ୍ଧ୍ବ ଛେଳିମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଗୋଟ ବ୍ୟାଙ୍କ ଓଡିଶା ତରଫରୁ ଛେଳିର ଲାଳନ ପାଳନ, ବିକ୍ରି ଯାଏଁ ସବୁକିଛି ପାଇଁ ଚାଷୀ ମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ।