Onn 3

ବହଳଦାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧୨ ଟି ପଞ୍ଚାୟତକୁ ୬ କୋଟି ମଂଞ୍ଜୁର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦ। ବ୍ଲକ ର ଵହଳଦା ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ‘ଆମ ଓଡ଼ିଶା, ନବୀନ ଓଡିଶା’ ମହା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଵହଳଦା ବ୍ଲକର ୧୨ଟି ପଂଚାୟତ ତଥାପ୍ରତି ପଂଚାୟତ ୫0ଲକ୍ଷ କରି ମୋଟ ୬କୋଟି ଟଙ୍କା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଭାଷୀ ମାଧ୍ୟମରେ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦୂରଦର୍ଶୀ ଓ ଐତିହାସିକ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଂଚାୟତ ର ଗାଁ ଗାଁ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର, ଐତିହ୍ୟ ସ୍ଥଳୀର ସଂରକ୍ଷଣ, କ୍ରୀଡାର ବିକାଶ, ବ୍ୟାଙ୍କିଙ୍ଗ ସେବା, ଶିକ୍ଷା ର ବିକାଶ ତଥା ସ୍ବୟଂ ସହାୟିକା ମହିଳା ଙ୍କ ସଶକ୍ତିକରଣ କରିବାର ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l

ଏହି ଭବ୍ଯ କାର୍ଯ୍ୟକ୍ରମରେ ଦୀର୍ଘ ଦୀର୍ଘ ବର୍ଷର ସମସ୍ୟା ଗୁଡିକ 7ଦିନ ମଧ୍ୟରେ ସମାଧାନ ହୋଇ ପାରିଥିବାରୁ ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା ଏହି ସମାରୋହରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ସ୍ୱୟଂ ସହlୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ପଂଚାୟତ ସମିତି ସଭ୍ୟ/ ସଭ୍ୟା, ବିଜେଡି ନେତୃବୃନ୍ଦ, ମିଶନ ଶକ୍ତି ମହିଳା ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ l ଏଥିରେ ବଆମନଘଆଟଈ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ବହଳଦା ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ଶରତ କୁମାର ମଲ୍ଲିକ, ତହସିଲଦାର ଭକ୍ତବଂନ୍ଧଉ ପ୍ରଧାନ, ଵହଳଦା ଥାନାଧିକାରୀ ରଂଜନ ବେହେରା, ସହକାରୀ ଯନ୍ତ୍ରୀ. ,ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳୀ ସିଂ, ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର, ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ପଙ୍କଜ ରାଉତ, ଜିଲ୍ଲା ଉପସଭାପତି ସଚିନ୍ଦ୍ର ଦାସ, ଜିଲ୍ଲା ସଂପାଦକ ଲାଲମୋହନ ଵାରିକ, ଜିଲ୍ଲା ସଂପାଦକ ରାଜେନ୍ଦ୍ର ମଲ୍ଲିକ, ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ, ନାରୀ ନେତ୍ରୀ ରୁବି ମହାକୁଡ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରାହୁଲ ଯାଦଵ ଙ୍କ ସମେତ ଅନ୍ୟ ନେତୃବୃନ୍ଦ ,ସମସ୍ତ କର୍ମଚାରୀ, ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୫୦୦୦ ରୁ ଉର୍ଦ୍ଧ୍ବ ବିଶେଷତଃ ମହିଳାମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ସୋଇଥିବାରୁ ବିଡ଼ିଓ ଶରତ ମଲ୍ଲିକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।