Onn 3

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ ଆର୍ଥିକ ଦଣ୍ଡାଦେଶ ସମେତ କାରାଦଣ୍ଡ

State

ବାରିପଦା: ଆଜି ଏକ ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ପ୍ରଥମ ଶ୍ରେଣୀ ବିବାର ବିଭାଗୀୟ ମାଜିଷ୍ଟେଟ ଦୀପାଳି ଦାସ ଅଭିଯୁକ୍ତ ମୟୁରଭଞ ଜିଲା ଶୁଳିଆପଦା ଥାନା ଅନ୍ତର୍ଗତ ସଲୁଆଧର ଗ୍ରାମର ଅଜୟ କୁମାର ପାତ୍ର (୪୨) କୁ ଛଅ ମାସ କାରାଦଣ୍ଡ ସମେତ ୧,୫୫,୪୮୨ ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲେଖ କରାଯାଇଅଛି । ସୂଚନା ଯୋଗ୍ୟ କି ଅଭିଯୁକ୍ତ ଅଜୟ କୁମାର ପାତ୍ର କଣ୍ଟିସାହି ଲ୍ୟାମ୍ପସ ରୁ ଏକ ଲକ୍ଷ ଟଙ୍କା ଲୋନ ନେଇଥିଲେ । ଉକ୍ତ ଲୋନ ବାବଦକୁ ଏକ ଅଗ୍ରୀମ ଚେକ ୧,୨୨,୭୪୧ ଟଙ୍କାର ଲ୍ୟାମ୍ପସ କୁ ପ୍ରଦାନ କରିଥିଲେ । ଏହି ଚେକ ଟି ବାଉନ୍ସ ହୋଇଯିବାରୁ କଣ୍ଟିସାହି ଲ୍ୟାମ୍ପସ ର ପରିଚାଳନା ନିର୍ଦ୍ଧେଶିକା ବେଦପ୍ରଭା କର ଙ୍କ ଲିଖିତ ଅଭିଯୋଗକ୍ରମେ ମାନ୍ୟବର ଏସଡିଜେଏମ କୋର୍ଟରେ କେସ ନମ୍ବର ଆଇସିସି ୧୨୫/୨୦୧୮ ରେ ଏକ ମାମଲା ରୁଜୁ ହୋଇଥିଲା । ମାନ୍ୟବର ଏସଡିଜେଏମ ଙ୍କ ନିର୍ଦ୍ଧେଶକ୍ରମେ ଉକ୍ତ କେସ ଟି ବାରିପଦା ଜେଏମଏଫସି କୋର୍ଟ ରେ ବିଚାରାଧିନ ଥିଲା । ଆଜି ସମସ୍ତ ସାକ୍ଷ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ଲ୍ୟାମ୍ପସ ପକ୍ଷରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।