Img 20240803 Wa0330

ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

State

ବାରିପଦା: କୁଳିଅଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ଼ଜୁଣବଣୀ, ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରିପ୍ରିୟା ଦତ୍ତଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମୁର୍ମୁ ତଥା ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷୟତ୍ରୀ ସବିତାରାଣୀ ବାଗ, ସହକାରୀ ଶିକ୍ଷୟତ୍ରୀ ଦମୟନ୍ତୀ ବେହେରା, ପ୍ରତିଭା ସେଠି, ସ୍ୱାତୀ ଶୋଭନା ପଟ୍ଟନାୟକ, ଛବିରାଣୀ ନାୟକ, ନନ୍ଦିନୀ ନାଏକ, ବାସନ୍ତୀ ସିଂ, ଭୂମିକା ବେହେରା, ଅନୁରାଧା ବାରଦା, ପଦ୍ମିନୀ ଜେନା, ତୁଳସୀ ହେମ୍ବ୍ରମ ଏବଂ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ପ୍ରଦୀପ ବାରିକ, ସଭ୍ୟ ଅମୀୟ କୁମାର ସାହୁ, ଦିଲ୍ଲୀପ କୁମାର ପାତ୍ର, ପ୍ରହ୍ଲାଦ ଗିରି, ଜିଲ୍ଲା ଏନ ପି ଏସ ସଂଘର ସଭାପତି ହରେକୃଷ୍ଣ ବାରିକ ଓ ସମ୍ପାଦକ ଶିବ ନାରାୟଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଦତ୍ତଙ୍କର କାର୍ଯ୍ୟକଳାପର ଗୁଣଗାନ କରିଥିଲେ I ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ପରିଚାଳନା କମିଟିର ସଭ୍ୟ ଦୀନବନ୍ଧୁ ସିଂ ଧନ୍ୟବାଦ ଅର୍ପଣ କରିଥିଲେ I