Onn 3

ବାରିପଦାରେ ପ୍ରଥମ : ପ୍ରେମକାଲ ଯୋଗ କ୍ଲିନିକ ଉଦଘାଟିତ

State

ବାରିପଦା: ଦେବେନ୍ଦ୍ରପୁର ଠାରେ ବାରିପଦା ସହରରେ ପ୍ରଥମଥର ଯୋଗ କ୍ଲିନିକ ” ପ୍ରେମକାଲ ଯୋଗ ମନ୍ଦିର ” ଉଦଘାଟିତ ହୋଇ ଯାଇଛି l ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ ଫିତା କାଟି ଉଦଘାଟନ କରିଥିଲେ l
ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ର ସୁପାରିଟେଣ୍ଡେନ ପ୍ରଫେସର ରବୀନ୍ଦ୍ର ମିଶ୍ର, ଅବସର ପ୍ରାପ୍ତ ପୋଲିସ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମିଶ୍ର, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ଶ୍ରୀମତୀ ଭାରତୀ ମହାନ୍ତ ମଂଚାସୀନ ହୋଇ ଯୋଗ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରୁ ଅବସର ପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ, ଭାରତ ସଂଚାର ନିଗମ ଲିମିଟେଡ଼ର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଧର ପରିଡା , ସମାଜସେବୀ ଆଶିଷ ହୋତା ଯୋଗର ଉପକାର ବିଷୟରେ ସୂଚନା ଦେଇ ଥିଲେ l ଉତ୍ତରାଖଣ୍ଡ ବିଶ୍ୱବିଦ୍ୟାଳୟ ହରିଦ୍ୱାର ରେ ଯୋଗରେ ସ୍ନାତକ ପରେ, ଗୋରଖପୁର ଉତ୍ତରପ୍ରଦେଶ ସ୍ଥିତ ଆରଗ୍ୟ ମନ୍ଦିରରୁ ଯୋଗରେ ଡାକ୍ତରୀ ପାଠ ପଢି, ଆମେରିକାସ୍ଥିତ ଯୋଗ ୱେଲନେନ୍ସରୁ ଯୋଗ ଶିକ୍ଷକର ପ୍ରଶିକ୍ଷଣ ନେଇ ଥିବା ଯୋଗୀରାଜ ରାକେଶ ମହାନ୍ତ ଉକ୍ତ ଯୋଗ କ୍ଲିନିକରେ ବିଭିନ୍ନ ଯୋଗ ମାଧ୍ୟମରେ ଚିକିତ୍ସା ଯୋଗାଇଦେବେ l ପ୍ରତିଦିନ ସକାଳ ୬ ରୁ ୭ ସାମୁହିକ ଯୋଗ ଚିକିତ୍ସା, ଦିନ ୧0 ଘ ରୁ ୧୨ଘ ଓ ଅପରାହ୍ନ ୩ରୁ ୫ ପ୍ରଯ୍ୟନ୍ତ ବ୍ୟକ୍ତିଗତ ଚିକିତ୍ସା କରାଯିବ ବୋଲି ଯୋଗୀରାଜ ରାକେଶ ସୂଚନା ଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରୁ , ସମାଜସେବୀ ଚନ୍ଦନ ଶେଜପଡା, ଓଆରଡି ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି, ଡା ସୁନନ୍ଦନ ମିଶ୍ର, ପ୍ରବୀର ମହାନ୍ତ, ସଂଜିତ ମହାନ୍ତ, ଅଶୋକ ପାଇକରାୟ, ବିଷ୍ଣୁପଦ ବେରା, ସବ୍ୟସାଚୀ ପଲେଇ, ସପନ ମହାନ୍ତ, ତପନ ମହାନ୍ତ, ହିମାଂଶୁ ପାଣି, ବୈଦ ମନରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ପ୍ରଭାତ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l