Onn 3

ଶିମିଳିପାଳ ସୁରକ୍ଷା ନାମରେ ନିରୀହ ଆଦିବାସୀ ଯୁବକଙ୍କୁ ବନ କର୍ମଚାରୀଙ୍କ ଦ୍ଵାରା ହତ୍ୟା ନେଇ ଅର୍ଜନ ମୁର୍ମୁଙ୍କ ପ୍ରତିକ୍ରିୟା

State

ବାରିପଦା: ଶିମିଳିପାଳ ସୁରକ୍ଷା ନାମରେ ଜଣେ ନିରୀହ ଆଦିବାସୀ ଯୁବକଙ୍କୁ ଓଡିଶା ସରକାରଙ୍କ ବନବିଭାଗର କର୍ମଚାରୀଙ୍କ ଦ୍ଵାରା ଗୁଳିକରି ହତ୍ୟା କରାଯାଇଛି ବୋଲି ଗତକାଲି କେତେକ ଓଡ଼ିଆ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି – ଏହି ଘଟଣାକୁ ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ଦୃଢ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବୀ ଜଣାଉଛି । ଘଟଣାର ପ୍ରେକ୍ଷାପଟେ ଦେଖିଲେ ଜଣାପଡୁଛି ବନବିଭାଗ ପ୍ରତିଶୋଧପରାୟଣ ହୋଇ ଜଣେ ନରୀହ ଆଦିବାସୀ ଯୁବକଙ୍କୁ ହତ୍ୟା କରିଛି । ବନବିଭାଗର ଜଣେ କର୍ମଚାରୀ ଗତ ମେ ୨୦ ତାରିଖରେ ଶିକାରୀର ଗୁଳିରେ ନିହିତ ହୋଇଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗ୍ରିପୋଷି ଥାନା ଅନ୍ତର୍ଗତ ତାଳବନ୍ଧ ରେଞ୍ଜ ର ରେଞ୍ଜରଙ୍କ ନିର୍ଦ୍ଦେଶରେ ବନବିଭାଗର କର୍ମଚାରୀମାନେ ସର୍ଚ୍ଚ ଅପରେସନ ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇଥିଲେ ଓ ସେହି ସମୟରେ ଅର୍ଥାତ ଘଟଣା ଦିନର ଅପରାହ୍ନରେ ବାଙ୍ଗ୍ରିପୋଷି ଥାନା ଅନ୍ତର୍ଗତ ବୁରୁଡ଼ି ଗ୍ରାମର ଜଗନ୍ନାଥ ହେମ୍ବ୍ରମ(୪୦) ମଇଁଷି ଖୋଜିବାକୁ ଘରଠାରୁ ମାତ୍ର ୧ କି.ମି. ଦୂର ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିଲେ ଓ ସେହି ସମୟରେ ବନବିଭାଗ କର୍ମଚାରୀମାନେ ଶିକାରୀ ଭାବି ଗୁଳି କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ମତ ଅନୁସାରେ ନୀହତ ଯୁବକ କେବେ ବି ଶିକାରୀ ନ ଥିଲେ । ଅନ୍ୟ ପକ୍ଷରେ ନିହତ ଯୁବକଙ୍କ ପତ୍ନୀ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରି କେତେ ଦିନ ପୂର୍ବରେ ହୋଇଥିବା ଜଣେ ବନ କର୍ମଚାରୀଙ୍କ ହତ୍ୟାର ପ୍ରତିଶୋଧ ବନବିଭାଗ ନେଇଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଘଟଣାର ପାରିପାର୍ଶିକ ପରିସ୍ଥିତିକୁ ଦେଖିଲେ ସ୍ସଷ୍ଟଭାବେ ଜଣାପଡୁଛି- ବନବିଭାଗର କର୍ମଚାରୀମାନେ ପ୍ରତିଶୋଧ ପରାୟଣ ହୋଇ ଜଣେ ନିରୀହ ଆଦିବାସୀ ଯୁବକଙ୍କୁ ହତ୍ୟା କରିଛନ୍ତି ।

ତାଳବନ୍ଧ ରେଞ୍ଜର ଅଫିସ୍ ଛାଡ଼ି ପଳାଇଥିବାର ମଧ୍ୟ ଖବର ପ୍ରକାଶ ପାଇଛି । ଏଣୁ ନିହତ ଯୁବକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି ନିରୀହ ଆଦିବାସୀ ହତ୍ୟାର ଜାତିୟ ମାନବାଧିକାର କମିଶନ ଦ୍ୱାରା ନିରପେକ୍ଷ ତଦନ୍ତ ପାଇଁ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ ଦୃଢ ଦାବୀ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ତଦନ୍ତ ହେଲେ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ଆମ୍ଭର ହୃଦ୍‌ବୋଧ ହେଉଛି । ରାଜ୍ୟ ସରକାର ତୁରନ୍ତ ତାଳବନ୍ଧ ରେଞ୍ଜରଙ୍କୁ ନିଲମ୍ବନ କରି ଏଠାରୁ ହଟାଇବା ସଙ୍ଗେସଙ୍ଗେ ସେହି ଦିନ ସର୍ଚ୍ଚ ଅପେରେସନରେ ଯାଇଥିବା ସମସ୍ତ ବନକର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।