Onn 3

ଶିକ୍ଷାମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜିତ, 302 ୟୁନିଟ ରକ୍ତ ସଂଗ୍ରହ

State

ବାରିପଦା : ତକକପୁର ସ୍ଥିତ ହୋଲି ପେଲେସ ପରିସରରେ ଓଡିଶା ସରକାରଙ୍କର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡିଙ୍କ ଜନ୍ମଦିନ ପାଳନ ଅବସରରେ ବିଜୁ ଜନତା ଦଳର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ, ଓଡିଶା ମୋ ପରିବାର ଓ ଜୀବନବିନ୍ଦୁର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I

ଏହି ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମାରାଣ୍ଡି ଉଦଘାଟନ କରିବାପରେ ଶୁଭେଛୁ ମାନଙ୍କ ଗହଣରେ ଜନ୍ମଦିନ ପାଳନ କରାଯାଇଥିଲା I ସହଧର୍ମିଣୀ ଶ୍ରୀମତୀ ମାରାଣ୍ଡିଙ୍କ ସମେତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ଯୋଜନା ବୋର୍ଡ ଉପଦେଷ୍ଟା ଜୀତେନ୍ଦ୍ର ମହାନ୍ତି, ଶିକ୍ଷା ରତ୍ନ ପୂର୍ଣ୍ଣିଚନ୍ଦ୍ର ଭୁଗୁଡେଇ, ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା, ଦୁର୍ଗା ମାରାଣ୍ଡି, ପରେଶ ମୁଣ୍ଡା, ବିଭିନ୍ନ ବ୍ଲକର ଚେୟାରମ୍ୟାନ, ସରପଞ୍ଚ ଓ ସମିତି ସଭ୍ୟ, ମ୍ୟୁନିସିପାଲିଟିର ସମସ୍ତ କାଉନସିଲର, ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ତନୁଜା ମହାନ୍ତ, ଜୋନାଲ ସଭାପତି ବୀଣାପାଣି ସାହୁ, ସମ୍ପାଦିକା ଶ୍ରାବଣୀ ଦାସ, ଉପ ସଭାନେତ୍ରୀ ସବିତା ବେହେରା, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ ନାୟକ, ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ଦାଶ, କୁଳିଅଣା ବ୍ଲକ ସଭାପତି ଶୁଭ୍ରାଂଶୁ ଶେଖର ଦେଓବାବୁ, ବାରିପଦା ସଂଯୋଜକ ପ୍ରଭାତ ନାୟକ, ଉଦଳା ସଂଯୋଜକ କୃଷ୍ଣଚନ୍ଦ୍ର ଦାସ ତଥା ବିଭିନ୍ନ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ I

ଏହି ଶିବିରରେ ମୋଟ 302 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ସମାଜସେବୀ ଅମର କୁମାର ସେଠି, ଇ. ବିପ୍ଳବ ଭୁଗୁଡେଇ ଓ ଉଦ୍ୟଗପତି ହୃଷିକେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେଡକ୍ରସର ଆଜୀବନ ସଦସ୍ୟ ସୋମନାଥ ସିଂହ, ଦୀପକ କୁମାର ମିଶ୍ର, ସ୍ୱରୂପ କୁମାର ଦାସ ତଥା ମଙ୍ଗଲ ହାଁସଦା, ରବି ନାରାୟଣ ବେହେରା, ବାସୁଦେବ ସିଂ, ନିରଞ୍ଜନ ଧୀର ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ I ବାରିପଦା ରକ୍ତଭଣ୍ଡାରର ଡ଼ ସୌମ୍ୟ ରଞ୍ଜନ ନାୟକ ଓ କରଞ୍ଜିଆ ରକ୍ତ ଭଣ୍ଡାରର ଡ଼ ଅନିତା ସିଂ ତଥା ପୁଣ୍ଡରାକାକ୍ଷ ଦାସ, ପାର୍ଥ ସାରଥୀ ମହାନ୍ତ, କରୁଣାକର ଜେନା, ରୁଚିକା ଖୁରାନା, କପିଳେନ୍ଦ୍ର ରାଉତ, ଗାୟତ୍ରୀ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I