Onn 3

ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସମଗ୍ର ଶିକ୍ଷା ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ବାରିପଦା ସ୍ଥିତ ଷ୍ଟାଡ଼ିୟମ ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମ କୁ ମୟୁରଭଞ୍ଜ ଜିଲ୍ଳାପାଳ ଶ୍ରୀ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଉପସ୍ଥିତ କନ୍ୟା ସନ୍ତାନ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦ୍ଦିଷ୍ଟ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଏବଂ ବିଜୁ କନ୍ୟା ରତ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ କହିଥିଲେ | ଲିଙ୍ଗଗତ ବୈଷମତା କୁ ଦୂର କରି ଝିଅ ମାନେ ଆଗେଇ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ କାର୍ୟ୍ଯକ୍ରମକୁ ପରିଚାଳନା କରିବା ସହିତ କନ୍ୟା ସନ୍ତାନ ମାନେ କିପରି ସମାଜରେ ଆଗକୁ ଆସି ପାରିବେ ସେ ସମ୍ପର୍କରେ ବାଳିକା ମାନଙ୍କୁ ଉତ୍ସାହିତ କରିଥିଲେ |  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଞ୍ଜନ କାନ୍ତ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି ଉପସ୍ଥିତ ରହି କନ୍ୟା ସନ୍ତାନ ମାନଙ୍କୁ ଉତ୍ସାହିତ ମୂଳକ ବାର୍ତା ଦେଇଥିଲେ |  କାର୍ଯ୍ୟକ୍ରମଟି ଦୁଇଟି ପର୍ଯାୟରେ ଅନୁଷ୍ଠିତ ହୋଇଥିଲା | ସେହିପରି ଦ୍ୱିତୀୟ ପର୍ଯାୟରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଅଭିମନ୍ୟୁ ବେହେରା ଉପସ୍ଥିତ ରହି କନ୍ୟା ସନ୍ତାନ ମାନଙ୍କୁ ଉତ୍ସାହିତ କରିବା ସହିତ ସମାଜରେ କିପରି ନିଜକୁ ପ୍ରତିଷ୍ଠା କରି ପାରିବେ ସେ ସମ୍ପର୍କରେ ଉତ୍ସାହ ମୂଳକ ବାର୍ତା ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ORMAS ର ଡେପୁଟି CEO ଶ୍ରୀ ବିମାନ ମଲ୍ଲ ଉପସ୍ଥିତ ରହି କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାଳିକା ମାନେ ଦକ୍ଷତା ତାଲିମ ଗ୍ରହଣ କରି କିପରି ନିଜକୁ ନିଜ ଗୋଡ଼ରେ ଛିଡା କରିବେ ସେ ସମ୍ପର୍କରେ କହିଥିଲେ |

କାର୍ଯ୍ୟକ୍ରମରେ ଝିଅ ପିଲା ମାନଙ୍କ ମଧ୍ୟରେ ବକ୍ତୃତା, ସଂଗୀତ, ଏକକ ଅଭିନୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା| ଉନ୍ନୀତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ବ୍ଲକ ର ୧୨ ଜଣ ବାଳିକା ଯେଉଁମାନେ ବାଲ୍ୟ ବିବାହ କୁ ନା କହି ପାଠ ପଢା ଜାରି ରଖିଛନ୍ତି ସେମାନଙ୍କୁ ଜିଲ୍ଳାପାଳ ସମ୍ବୋଧନ କରିଥିଲେ | କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ ର ବାଳିକା ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ବାଳିକାଙ୍କୁ ମିଶାଇ ଦୁଇ ସହ ରୁ ଉର୍ଦ୍ଧ ବାଳିକା ଭାଗ ନେଇଥିଲେ | ବାଳିକା ମାନେ ଦିନସାରା ନାଚ ଗୀତ ଏବଂ ଆମୋଦ ପ୍ରମୋଦ ମାଧ୍ୟମରେ ଦିନଟିକୁ ପାଳନ କରିଥିଲେ | ଏଥିରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧିକାରୀ ମାନେ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ଶେଷରେ ସମଗ୍ର ଶିକ୍ଷା ର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟି ଧନ୍ୟବାଦ ଦେଇଥିଲେ |