Odisha Vigilance.jpg

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବିଶୋଇ ବ୍ଲକ ର ଦୁଇ ଜଣ ଅଧିକାରୀ

Crime State

ବାରିପଦା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ମୟୁରଭଞ ଜିଲା ବିଶୋଇ ବ୍ଲକ ର ଦୁଇ ଜଣ ଅଧିକାରୀ । ବିଶୋଇ ବ୍ଲକର ସ୍କିଲ ଡେଭଲପମେଣ୍ଟ କୋଡିନେଟର ପ୍ରଦ୍ୟୁକ୍ତି ରଞନ ଭୁୟାଁ ଏବଂ ବ୍ଲକ ପ୍ରଜେକ୍ଟ ମେନେଜର ଲକ୍ଷ୍ମଣ ବିଶ୍ୱାଳ ଆଜି ଗ୍ରାମ ପଞ୍ଚାୟତ ଲେବେଲ ଫେଡେରେସନ ର ଜଣେ ସଦସ୍ୟ ଙ୍କ ଠାରୁ ବିଶୋଇ ବ୍ଲକ ରେ ମିଶନ ଶକ୍ତି ଏବଂ ଓଡିଶା ଲାଇଭଲିହୁଡ ମିଶନ ସ୍କିମ ଅଧିନ ରେ ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ମାଷ୍ଟାର ଲେବଲ କିପର ରେ ନିଯୁକ୍ତି ପାଇଁ ଦାବୀ ମୁତାବକ ୬୦ ହଜାର ଟଙ୍କା ବ୍ଲକ କାର୍ଯ୍ୟାଳୟ ରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯାଇଛନ୍ତି । ପ୍ରଦ୍ୟୁକ୍ତି ରଞନ ଭୁୟାଁ ୬୦ ହଜାର ଟଙ୍କା ଲାଞ୍ଚ ନେଇ ତାର ଅଧା ୩୦ ହଜାର ଟଙ୍କା ଲକ୍ଷ୍ମଣ ବିଶ୍ୱାଳ କୁ ଦେଇଥିଲେ ।

ଏଥି ସହିତ ପ୍ରଦ୍ୟୁକ୍ତି ରଞନ ଭୁୟାଁ ଙ୍କ ବାରିପଦା ସହରର ତୁଳସୀଚଉରା କାଳିକାପୁର ସ୍ଥିତ ତାଙ୍କ ବାସଭବନ ସମେତ ତାଙ୍କ ଅଫିସ କାର୍ଯ୍ୟାଳୟ ଏବଂ ଲକ୍ଷ୍ମଣ ବିଶ୍ୱାଳ ଙ୍କ ଭଦ୍ରକ ଜିଲା ବାସୁଦେବପୁର ରାଜାଘରପୋଖରୀ ସ୍ଥିତ ତାଙ୍କ ବାସଭବନ ସମେତ ବିଶୋଇ ସ୍ଥିତ ତାଙ୍କ ଭଡାଘର ଏବଂ ଅଫିସ କାର୍ଯ୍ୟାଳୟ ଠାରେ ଭିଜିୁଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ କରାଯାଇଅଛି । ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର୩/୨୩/୧/୨୦୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଅଛି ।