Onn 3

ପାନୀୟ ଜଳ ପାଇଁ ରାସ୍ତା ରୋକ କଲେ ଗ୍ରାମବାସୀ

State

ଗଜପତି : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ସିଧାମଡଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାନୀୟ ଜଳ ସମସ୍ୟାକୁ ନେଇ ସିଧାମଡଙ୍ଗ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି।ଯାହା ଫଳରେ ପାରଳାଖେମୁଣ୍ଡି ଓ ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।ଉଭୟ ପଟରୁ ଶହ ଶହ ଗାଡି ଅଟକି ରହିଥିଲା। ଗ୍ରାମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି।

 

କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗରେ ଅଞ୍ଚଳ ବାସୀ ରାସ୍ତା ରୋକ କରିଛନ୍ତି।ସ୍ଥାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ହାଣ୍ଡି ମାଠିଆ ଧରି ଦୀର୍ଘ ତିନି ଘଣ୍ଟା ଧରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ।ପରିଶେଷରେ ସରପଞ୍ଚ, R.W.W.S.S JE ,ପୋଲିସ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ପାନୀୟ ଜଳ ସମସ୍ୟା ସ୍ଥାୟୀ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ରାସ୍ତା ରୁ ହଟିଥିଲେ।