Deng

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର

State

ଡେଙ୍ଗୁକୁ ମହାମାରୀ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ‘କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ୨୦୨୦’ରେ ସଂଶୋଧନ ପାଇଁ ସରକାର ନିୟମ ପ୍ରସ୍ତୁତ କରିଛନ୍ତି ।

କର୍ଣ୍ଣାଟକ ମହାମାରୀ ରୋଗ ଅଧିନିୟମ ଅଧୀନରେ ରାଜ୍ୟ ସରକାର ଡେଙ୍ଗୁ ଜ୍ୱର ଏବଂ ଏହାର ଭୟଙ୍କର ରୂପକୁ ବିଧିବଦ୍ଧ ଭାବେ ଏକ ମହାମାରୀ ଘୋଷଣା କରିଛନ୍ତି । ସଂଶୋଧିତ ନିୟମରେ କୁହାଯାଇଛି ଯେ ମଶାମାନଙ୍କ ପ୍ରଜନନକୁ ରୋକିବା ପାଇଁ ସମସ୍ତ ବିଲ୍ଡିଂର ମାଲିକ, ପାଣିଟାଙ୍କିର ମାଲିକ, ପାର୍କ ଏବଂ ଖେଳପଡ଼ିଆ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ଏହି ବିଜ୍ଞପ୍ତିରେ ସରକାର ଜରିମାନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯଦି କାହା ଘରେ କିମ୍ବା ବାହାରେ ଡେଙ୍ଗୁ ମଶା ମିଳନ୍ତି, ତେବେ ସହରାଞ୍ଚଳ ପାଇଁ ୪୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୨୦୦ ଟଙ୍କା ଜରିମାନା ଲାଗୁ କରାଯିବ ।

ସଂଶୋଧିତ ନିୟମରେ ମଶାଙ୍କ ପ୍ରଜନନକୁ ରୋକିବା ପାଇଁ ସମସ୍ତ ବିଲ୍ଡିଂର ମାଲିକ, ଦଖଲକାରୀ, ବିଲ୍ଡର, ଜମି, ପାଣିଟାଙ୍କି, ପାର୍କ ଏବଂ ଖେଳପଡ଼ିଆ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଶା ସଂଖ୍ୟା ହ୍ରାସ କରିବା ଏବଂ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ ରଖିବା ।