Ravenshaw

ସନ୍ଧ୍ୟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ମନା

State

କଟକ : ସନ୍ଧ୍ୟା ୬ଟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରି ପାରିବେ ନାହିଁ । ମୁଖ୍ୟ ଫାଟକ ସମ୍ମୁଖରେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ବାହାର ଲୋକ ହଷ୍ଟେଲ ଭିତରେ ରହି ପାରିବେ ନାହିଁ । ରେଭେନ୍ସା ପରିସରରେ ସୁରକ୍ଷାକର୍ମୀମାନେ ସଦା ସଜାଗ ରହିବେ । ରେଭେନ୍ସା ହଷ୍ଟେଲକୁ ଆସୁଥିବା ଭିଜିଟରମାନଙ୍କ ନାଁ ଉଲ୍ଲେଖ ରଖାଯିବ ସହ ବାହାର ଲୋକ ରେଭେନ୍ସା ଭିତରକୁ ପ୍ରବେଶ କଲେ ଗାଡି ନମ୍ବର ମଧ୍ୟ ରଖାଯିବା ପାଇଁ ରେଭେନ୍ସାର କୂଳସଚିବଙ୍କ ନିର୍ଦ୍ଦେଶ ।