Onn 3

ଲୋକାର୍ପଣ ଉତ୍ସବ ପାଇଁ ଆଗରପଡ଼ା ଉତ୍ସବ ମୁଖର

State

ଆଗରପଡ଼ା :ଶ୍ରୀକ୍ଷେତ୍ରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଆଗରପଡ଼ା ଜୋନ ଅନ୍ତର୍ଗତ ୯ଗୋଟି ପଂଚାୟତ ସମେତ ବନ୍ତ ବ୍ଲକର ୨୫ ଗୋଟି ପଂଚାୟତ ଅଂଚଳ ଉତ୍ସବ ମୁଖର ହୋଇ ଉଠିଛି । ଭଜନ,କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଅଂଚଳ କମ୍ପୁଛି । ପ୍ରତିସ୍ଥାନରେ ପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି ।

ବିଭିନ୍ନ ଅଂଚଳରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡ଼ି ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଛାତ୍ର ସଭାପତି ପ୍ରଣବ ଲେଙ୍କା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଶୁଭଦ୍ରା ସିଂହ, ବିନୋଦିନୀ ମହାନ୍ତି, ପ୍ରକାଶ ବିଶ୍ୱାଳ, ନିହାର ପଣ୍ଡା, ଗୀତିକା ଭୋଇ, ତପୋଇ ସେଠୀ, ମାଳତୀଲତା ପୃଷ୍ଟି, ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ସରପଂଚ, ସମିତି ସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା,ନିର୍ମଳ ନାୟକଙ୍କ ସମତେ ସପନ ସିଂହ, ଦୀପକ ମହାନ୍ତି, ପ୍ରିତିଶ ଶତପଥି ପ୍ରମୁଖ ଯୁବନେତା, ପୂର୍ବତନ ସରପଂଚ ବନମାଳୀ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମତେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଉପସ୍ଥିତ ଥିଲେ ।