Onn 3

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍, ୧୦ ଗେଟ୍ ଦେଇ ଜଳ ନିଷ୍କାସିତ

State

hirakud

ସମ୍ବଲପୁର : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଫଳରେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ତେବେ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୪୭ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୪୨ ହଜାର ୧୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ  ୨ଲକ୍ଷ ୬୧ ହଜାର ୨୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।