Congress 750x430

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

Politics State

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ କର୍ମୀ । ରାଲିକୁ ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ବାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କୁ ଉଦ୍ୟମ କରିଥିଲା । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ନବୀନ ନିବାସକୁ ଘେରିବାକୁ ଯାଉଥିବା ବେଳେ ରାଜଭବନ ଠାରେ ଅଟକାଇଥିଲା ପୋଲିସ । ଯୁବ କଂଗ୍ରେସ କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳ କରାଯାଇଛି । ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ପ୍ରତିବାଦରେ କହିଛନ୍ତି ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରିଚାଲିଛନ୍ତି । ପ୍ରତିବର୍ଷ ୨ଲକ୍ଷ ଚାକିରି ଦେବାକୁ ସରକାର କହିଥିଲେ । ସେହି ଅନୁସାରେ ୨୪ ବର୍ଷ ମଧ୍ୟରେ ୪୮ ଲକ୍ଷ ଯୁବକ ଯୁବତୀ ରୋଜଗାରକ୍ଷମ ହେବା କଥା । କିନ୍ତୁ ଦୁଃଖର କଥା ବର୍ତମାନ ରଜ୍ୟରେ ୨ ଲକ୍ଷ ୩୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୁବ ବାହିନୀ ନିର୍ମାଣ କରିଥିଲେ ।  ହେଲେ ତାହା ଏବେ କାର୍ଯ୍ୟକ୍ଷମ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ଏଭଳି ଅନେକ ବିଫଳତାକୁ ପ୍ରସଙ୍ଗ କରି ଯୁବ କଂଗ୍ରେସ ନବୀନ ନିବାସ ଘେରାଉ ଡାକରା ଦେଇଛି ।