Col

ରାଜଧାନୀ ଭୁବନେଶ୍ବରରେ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମିଳୁଛି ଦେଶୀ ମଦ

State

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ନୂଆ ଉପାୟରେ ଚୋରା ମଦ କାରବାର । କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ଚାଲାଣ । ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ବର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ସ୍ପ୍ରାଇଟ ବୋତଲରେ ମଦ ବିକ୍ରି କରାଯାଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ଉକ୍ତ ଦୋକାନରେ ପହଞ୍ଚିଥିଲା ଅବକାରୀ ବିଭାଗ । ଦୋକାନରେ ଚଢାଉ କରିବା ପରେ ମଦ ବ୍ୟବସାୟର ଏହି ଅନନ୍ୟ ଉପାୟ ଦେଖି ଅବକାରୀ ବିଭାଗର ମୁଣ୍ଡ ମଧ୍ୟ ଚକ୍କର ଖାଇଥିଲା । ଦେଶୀ ମଦ ଭର୍ତ୍ତି କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିବା ସହ ଘଟଣାରେ ଦୋକାନ ମାଲିକ ଓ ଅନ୍ୟଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।