Onn 3

ଦଧିବାମନ ଜୀଉ ମନ୍ଦିର ଦାନହୁଣ୍ଡିରୁ ଲୁଟିଲେ ଦୁର୍ବୁତ୍ତ

Crime State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ପଞ୍ଚାୟତ କୋଇଲ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ର ଦାନହୁଣ୍ଡିକୁ କେତେକ ଦୁର୍ବୁତ୍ତ ଭାଙ୍ଗି ସେଥିରେ ଥିବା ଦାନ ଅର୍ଥକୁ ଲୁଟି ନେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ବେଢା ଭିତରେ ପଶି ଲାଗିଥିବା ସିସି କ୍ୟାମେରାରେ କପଡ଼ା ପକାଇ ହୁଣ୍ଡି ବାକ୍ସରୁ ଚୋରି କରିଥିଲେ । ପୂଜକ ସକାଳେ ଦେଖିବା ପରେ ସ୍ଥାନୀୟ ଲୋକମାନଙ୍କୁ ଖବର ଦେବା ପରେ ହୁଣ୍ଡି ବାକ୍ସକୁ ଖୋଜାଖୋଜି କରିବାରୁ ତାହା ଗୋଟିଏ ବିଲ ଭିତରେ ପଡ଼ିଥିବା ଦେଖାଯାଇଥିଲା । ଏହି ବାକ୍ସରେ ଆନୁମାନିକ ୨୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜଣାଯାଇଛି । ଖବର ପାଇବା ପରେ ମନ୍ଦିର ଟ୍ରଷ୍ଟି ଦାୟିତ୍ୱରେ ଥିବା ତହସିଲଦାର ଦିଲ୍ଲୀପ କୁମାର ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ପୋଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରକୁ ଧରିବାକୁ ସକ୍ଷମ ହେଊନାହିଁ । ଏହି ଅଞ୍ଚଳରୁ ଏକ ମାସ ହେବ କ୍ରମାଗତ ଭାବେ ବିଭିନ୍ନ ଅଳଙ୍କାର ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ , ବାସଗୃହ,ମନ୍ଦିର ଆଦି ରୁ ଚୋରି ହେଉଥିଲା ବେଳେ ପୋଲିସ ଚୋରର ସୁରାଖ ପାଉନଥିବା ଜଣାଯାଇଛି ।