Onn 3

ଚୋରୀ ଘଟଣାରେ ଅଭିଯୁକ୍ତ କୁ ସଶ୍ରମ କାରାଦଣ୍ଡ

Crime State

ବାରିପଦା: ଆଜି ଏକ ଚୋରୀ ଘଟଣାର ବିଚାର କରି ମାନ୍ୟବର ଏସଡିଜେଏମ କୋର୍ଟ ର ବିଚାରପତି ସୁବାସିନୀ ବେହେରା ଅଭିଯୁକ୍ତ ମୟୁରଭଞ ଜିଲା ବେତନଟୀ ଥାନା ଅନ୍ତର୍ଗତ ତୁଲସୀଚଉରା ଅଞ୍ଚଳର ପ୍ରକାଶ କାଣ୍ଡାଲ (୨୮) କୁ ଦୋଷୀ ସାବ୍ୟସ୍ତ କରିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୩୭୯ ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଧାରା ୪୬୧ ଅନୁଯାୟୀ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ କାରାଦଣ୍ଡାଦେଶ ଏକ କାଳୀନ ଲାଗୁକରିବା ପାଇଁ ରାୟରେ ଉଲେଖ କରାଯାଇଅଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ବାରପଦା ସହରର ଓାର୍ଡ ନମ୍ବର ୨୫ ଛାଞ୍ଚ ଅଞ୍ଚଳର ଦେବୋରଞନ ଜେନା ଙ୍କର ଶ୍ରୀପଦଗଞ ଠାରେ ଥିବା ଏକ ରାସନ ଦୋକାନ ୧୩-୧-୨୦୨୩ ରିଖ ରାତ୍ରୀ ପାଖାପାଖି ୮.୩୦ ସମୟରେ ବନ୍ଦ କରି ଘରକୁ ଯାଇଥିଲେ । ତହିଁପରଦିନ ସକାଳୁ ଆସି ଦୋକାନ ଖୋଲି ଦେଖିଲା ବେଳକୁ ତାଙ୍କ ଦୋକାନ ଭାଙ୍ଗି ଜିନିଷ ଚୋରିହୋଇଅଛି । ଦୋକାନରୁ ବିଭିନ୍ନ ପ୍ରକାର ସାମଗ୍ରୀ ପାଖାପାଖି ୫୦ ହଜାର ଟଙ୍କା ର ଚୋରିହୋଇଥିବା ସହିତ ଦୋକାନରେ ଥିବା ନଗଦ ରାଶି ଦଶ ହଜାର ଟଙ୍କା ମଧ୍ୟ ଚୋରିହୋଇଅଛି ।

ଏ ବାବଦରେ ବାରିପଦା ଟାଉନ ଥାନାରେ ଦେବୋରଞନ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଅଭିଯୋଗ ର ତଦନ୍ତ କରିବାସହ କେସ ନମ୍ବର ୫୫/୧୪-୧-୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରକାଶ କାଣ୍ଡାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର କୋର୍ଟ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀବୀ ସରୋଜ କୁମାର ଦାସ ପରିଚାଳନା କରିଥିଲେ ।