Onn 3

ତୃତୀୟ ଦିନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା

State

ଗଜପତି:  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୃତୀୟ ଦିନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି।ଓଡ଼ିଶା ସରକାରଙ୍କ ବୈମାତୃକ ମନଭାବ ଟାଳଟୁଳ ଓ କାଳକ୍ଷେପଣ ନିତୀ ପ୍ରତିବାଦରେ ଜୁନ ମାସ 1 ତାରିଖ ଠାରୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଜାରୀ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେମାନଙ୍କ ଦାବି ହେଲା ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଭିତ୍ତିରେ କନିଷ୍ଠ ଅମଲାଙ୍କ ମୂଳ ଦରମାରେ ଗ୍ରେଡପେ- 1900 (ଲେବଲ-4 ) ରୁ ଗ୍ରେଡପେ- 4200 (ଲେବଲ -9) କୁ ବୃଦ୍ଧି ନିମନ୍ତେ ଦାବୀ ରହିଛି।