Onn 3

ଶିମିଳିପାଳ ସୁରକ୍ଷା ନେଇ ଭଞ୍ଜସେନା ପ୍ରତିଷ୍ଠାତାଙ୍କ ଆହ୍ୱାନ କ୍ରମେ ସଚେତନତା କାର୍ଯ୍ୟକ୍ରମ

State

ବାରିପଦା: ଅଖଣ୍ଡ ମୟୁରଭଞ୍ଜ ର ମୁକୁଟ ଶିମିଳିପାଳ ସୁରକ୍ଷା ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ସାଧାରଣଜନତାଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବା ଉଦ୍ୟେଶରେ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ସଖାଳ ୮ଘଟିକା ସମୟରୁ ଠାକୁରମୁଣ୍ଡା ବ୍ଲକ ସ୍ଥିତ ବଜାର ରେ ଥିବା ପ୍ରଭୁ ହନୁମାନ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା, ଆଉ ପଦଯାତ୍ରୀ ଦଳଙ୍କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ଶ୍ରୀମତୀ ସରୋଜିନୀ ମୁଣ୍ଡା |ଠାକୁରମୁଣ୍ଡା ରୁ ପଦଯାତ୍ରୀ ଦଳ କରଞ୍ଜିଆ ଅଭିମୁଖେ ଆଗମନ କରିଥିଲେ ଏବଂ ୩ଶହ ରୁ ଉର୍ଧ୍ଵ କିଲୋମିଟର ପଦଯାତ୍ରା ଅତିକ୍ରମ କରି କପ୍ତିପଦା ବ୍ଲକ ରେ ସମାପ୍ତ ହେଵ|

ଭଞ୍ଜସେନା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ, ବିଘ୍ନେଶ୍ୱର ବାସ୍କେ,,ରାମଚନ୍ଦ୍ର ମାରାଣ୍ଡି, ମୋହନ ଲାଲ ହେମ୍ବ୍ରମ, ସାଇବା ଟୁଡୁ, ମିଶ୍ର ମହାନ୍ତ, ସାରଜନ ହେମ୍ବ୍ରମ, ସୁଜିତ ସାହୁ,ପ୍ରମୁଖ ପଦଯାତ୍ରା ରେ ସାମିଲ ଥିଲେ |ଆଜି ପଦଯାତ୍ରା ଆରମ୍ଭ ବେଳେ ଜିଲ୍ଲା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଜିଲ୍ଲା ଉପସଭାପତି ସନ୍ତୋଷ ଗିରି,ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ,କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଂମ୍ପୂର୍ଣ୍ଣ ହେମ୍ବ୍ରମ, ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ସଞ୍ଜୟ ହାଁସଦା, ଶିବଶଙ୍କର ମାନା ପ୍ରମୁଖ ଉପସ୍ଥିତ ଥିଲେ, ସଂନ୍ଧ୍ୟାରେ କରଞ୍ଜିଆ ରେ ପଦଯାତ୍ରୀ ଦଳ ପହଞ୍ଚି ରାତ୍ରିଯାପନ କରିଛନ୍ତି ।

ଆଜି ଦ୍ୱିତୀୟ ଦିନରେ କରଞ୍ଜିଆ ରୁ ଖିଚିଂ ଅଭିମୁଖେ (ଭାୟା ସିଙ୍ଗଡ଼ା) ରେ ପହଂଚିବ ପଦଯାତ୍ରା |ସିଙ୍ଗଡ଼ା ଛକରେ ପଦଯାତ୍ରୀଙ୍କ ବେକରେ ଗାମୁଛା ପକାଇ ସମ୍ବର୍ଦ୍ଧିତ କଲେ ଶୁକୃଳି ବ୍ଲକ ଉପାଧ୍ୟକ୍ଷ ସୀତାରାମ ଚାତାର |ଖିଚିଂ ରେ ରାତ୍ରିଯାପନ କରି ଆସନ୍ତାକାଲି ସଖାଳୁ ଯଶିପୁର ଅଭିମୁଖେ ଯିବେ ପଦଯାତ୍ରୀ ଦଳ. ଆଜି ପଦଯାତ୍ରୀ ଙ୍କ ମୋନୋବଳ କୁ ଦୃଢ କରିବା ସକାଶେ ଦଳର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏବଂ ଦଳର ଅଧକ୍ଷ ଶୁଭେନ୍ଦୁ ମହାନ୍ତି ସାମୁହିକ ଭାବେ ଯୋଗ ଦେଇଥିଲେ l