Onn 3

ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର

Crime State

 

a-new-born-baby

ସମ୍ବଲପୁର : ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ ଶିଶୁକନ୍ୟାର ନାଭି ରହିଥିବା ବେଳେ କପଡା ଗୁଡାହୋଇ ରହିଥିଲା । ଶରୀରରେ ରକ୍ତ ଲାଗିଥିବା ବେଳେ ଶିଶୁକନ୍ୟାଟି କାନ୍ଦୁଥିଲା ।

ସୂଚନା ଅନୁଯାୟୀ ଆଜି ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଗାଁ ଲୋକେ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲେ ପରେ ପୋଲିସକୁ  ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭିମସାର ମେଡିକାଲ ପଠାଇଛନ୍ତି ।