ଭସାଣି ଯାତ୍ରାକୁ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଭସାଣି ପାଇଁ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ । ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ୧୨ ଜଣ ଅତିରିକ୍ତ ଡିସିପି, ଏସିପି ୨୮ ଜଣ, ଇନ୍ସପେକ୍ଟର ୪୨ ଜଣ, ଏଏସଆଇ, ଏସଆଇ ୧୫ , ଟ୍ରାଫିକ ଅଫିସର ୧୩ ଜଣ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତ ରହିବେ । ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଥିବା ବେଳେ ସବୁଠି ଅଗ୍ନିଶମ ବିଭାଗ ମୁତୟନ ରହିବେ ବୋଲି ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଭୁବନେଶ୍ୱରରେ ମୋଟ ୧୮୮ ଟି ପୂଜା ମେଢ଼ ରହିଛି। ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭାସାଣି କମିଟି ଦ୍ୱାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ବାହାରିବେ । ସହିଦନଗର ଭସାଣି କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ । ନୟାପଲ୍ଲୀ ଭସାଣି କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ । ସେହିପରି ଚନ୍ଦ୍ରଶେଖରପୁର ଭାଷାଣି କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ ।
ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଚି କମିଶନରେଟ ପୋଲିସ । ସେପଟେ ମାଆଙ୍କୁ ବୀସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳ ରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀର ଉଭୟ ପାର୍ଶ୍ଵରେ ଅସ୍ଥାୟୀ ପୋଖରୀ ରହିଥିବା ବେଳେ ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ । ଭଷାଣି ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତା କୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବାବେଳେ ଡିଜେ ଗୁଡିକୁ ଚେକିଂ କରିବ ପୋଲିସ।