Whatsapp Image 2024 08 11 At 11.32.14 Am

ହରନାରାୟଣ ମିଶ୍ର ଙ୍କ କବିତା ପୁସୁକ “ଅଞ୍ଜଳି” ଲୋକାର୍ପିତ

State

ବାରିପଦା: ବରିଷ୍ଠ ସାରସ୍ଵତ ସାଧକ ହରନାରାୟଣ ମିଶ୍ର ଙ୍କ ଲିଖିତ କବିତା ପୁସ୍ତକ “ଅଞ୍ଜଳି” ଲୋକାର୍ପିତ ହୋଇଯାଇଛି । ଏଥିରେ ୪୦ ଟି କବିତା ସନ୍ନିବେଶିତ । ସ୍ଥାନୀୟ ଏମପିସି କଲେଜ ର ଅବସର ପ୍ରାପ୍ତ ବରିଷ୍ଠ ଅର୍ଥନୀତି ପ୍ରାଧ୍ୟାପକ ଡଥା ପ୍ରାବନ୍ଧିକ ଡ ମୋହିତ କୁମାର ଷଡଙ୍ଗୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅତିଥିଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସହକାରୀ ପ୍ରଫେସର ଡ ସରୋଜ ନାୟକ, ଗାଳ୍ପିକ ଧନେଶ୍ବର ପଣ୍ଡା , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସମାଜସେବୀ ନନ୍ଦ କୁମାର ମହାପାତ୍ର , ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ସମ୍ପାଦକ କବି ଅମିତାଭ ମିଶ୍ର , ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ର ଆରକ୍ଷୀ ଅଧୀକ୍ଷକ ଉଦୟଭାନୁ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିବା ସହ କବିଙ୍କ ମହନୀୟ ଉଦ୍ୟମର ପ୍ରଶଂସା କରିଥିଲେ | ସୂଚ଼ନାଯୋଗ୍ୟ ଏହା କବିଙ୍କ ଲିଖିତ ୫୦ ତମ ପୁସ୍ତକ । କବି ମିଶ୍ରଙ୍କ ଲିଖିତ ଅନ୍ୟାନ୍ୟ ପୁସ୍ତକ ଭଳି ଏହା ପାଠକୀୟ ସ୍ବୀକୃତି ଲାଭ କରିବ ବୋଲି ମତପ୍ରକାଶ ପାଇଛି ।