Ahemmed Bux School 1983 Matric Batch Ra Bandhu Milana

ଅହମ୍ମଦ ବକ୍ସ ସ୍କୁଲ ୧୯୮୩ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ କମିଟି ଗଠନ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ମୁଖ୍ୟାଳୟରେ ଥିବା ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୩ ମସିହା ମାଟ୍ରିକ ସିନିୟର ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି । ଛାତ୍ର ଜଗନ୍ନାଥ ପ୍ରସାଦ ଷଢଙ୍ଗୀଙ୍କ ସଂଯୋଜନାରେ ଉପସ୍ଥିତ ସହପାଠୀଗଣ ଆଲୋଚନା କରି ଏକ ପୁରାତନ ଛାତ୍ର କମିଟି ଗଠନ କରିଛନ୍ତି । ଏହି କମିଟିର ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ପଣ୍ଡା,ସମ୍ପାଦକ ଭାବେ ଅବଦୁଲ ରଜାକ ଖାଁ, ଉପସଭାପତି ଭାବେ ସୁଧାଂଶୁ ଶେଖର ସ୍ୱାଇଁ ଓ ଉପଦେଷ୍ଟା ମଣ୍ଡଳୀରେ ଜଗନ୍ନାଥ ପ୍ରସାଦ ଷଢଙ୍ଗୀ,ଶିତାଂଶୁ କୁମାର ଦାସ, ଦୀପକ କୁମାର ମହାନ୍ତିଙ୍କ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ବରାଳ, ସୁଭେନ୍ଦ୍ରନାଥ ମହାନ୍ତି, ଅଜୟ କୁମାର ନାୟକ, ଗୋବିନ୍ଦ ପ୍ରଧାନ, ମହମ୍ମଦ ଆଦିଲ, ବିଜୟକେତନ ପ୍ରିୟଦର୍ଶିନୀ, ନିରଞ୍ଜନ ପୃଷ୍ଟି, ରାଜେନ୍ଦ୍ର ପଣ୍ଡା,ଶ୍ରୀକାନ୍ତ ସାହୁ, ସୁବାଷଚନ୍ଦ୍ର ରଥ, ବିଭାସିନୀ ସେନାପତି, ମନୋରମା ପଣ୍ଡା, ରାଜଲକ୍ଷ୍ମୀ ମହାନ୍ତି ଓ ରଶ୍ମୀରାଣି ପଣ୍ଡାଙ୍କୁ ସଭ୍ୟ ଭାବେ ନିଆଯାଇଛି । ଏହି ଅବସରରେ ସହପାଠୀ ଶୀତାଂଶୁ ଦାସ ଏଫସିଆଇର ଜେନେରାଲ ମ୍ୟାନେଜର ପଦବୀକୁ ପଦୋନ୍ନତୀ ପାଇଥିବାରୁ ସହପାଠୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଅବଦୁଲ ରଜାକ୍ ଖାଁ ଧନ୍ୟବାଦ ଦେଇଥିଲେ ।