Asureswar High School 1966 Matric Batch Ra Bandhu Milana

ଅସୁରେଶ୍ୱର ହାଇସ୍କୁଲ ୧୯୬୬ ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୬ ମସିହା ମାଟ୍ରିକ ବ୍ୟାଚ୍‌ର ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ସୁକରପଡ଼ା ଡ଼ାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଛି । ୪୦ରୁ ଅଧିକ ସହପାଠୀ ଯୋଗ ଦେଇ ବିଗତ ୬୦ବର୍ଷ ତଳର ବିଦ୍ୟାଳୟ ଜୀବନର ସ୍ମୃତି ଅନୁଭୂତି କୁ ପରସ୍ପର ମଧ୍ୟରେ ବାଣ୍ଟି ବେଶ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଫେସର ଶରତଚନ୍ଦ୍ର ଶତପଥିଙ୍କ ସଂଯୋଜନାରେ ଦିବଂଗତ ସହପାଠୀ ସୁକଲ୍ୟାଣୀ ନନ୍ଦ, ପ୍ରଭାକର ବରାଳ ,ସାରଙ୍ଗଧର ମହାପାତ୍ର, ଚୌଧୁରୀ ଶ୍ରୀମତୀ ଦାସ, ଚୌଧୁରୀ ଶରତଚନ୍ଦ୍ର ଦାସ ଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ବଂଶୀଧର ନାୟକ,ବିଜୟକେତନ ମହାପାତ୍ର,ବ୍ରଜକିଶୋର ଶତପଥି,ବିଜୟ କୁମାର ମହାନ୍ତି,ଅଶୋକ କୁମାର ମିଶ୍ର,ପ୍ରମୋଦ କୁମାର ଦାସ,ପ୍ରସନ୍ନ କୁମାର ବରାଳ,ଗୋଲକ ଶତପଥି,ଧ୍ରୁବଚରଣ କର,ମିନାକ୍ଷୀ ସିଂହ,ଆଶାଲତା ମହାନ୍ତି,ଶରତଚନ୍ଦ୍ର ମହାନ୍ତି,ବ୍ରଜକିଶୋର ରଥ ପ୍ରମୁଖ ଯୋଗ ଦେଇଥିଲେ ।