Img 20240225 Wa0239

ଓଡିଶା ମିଲେଟ୍ସ ମିଶନ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା

State

ବାରିପଦା : ଦେବେନ୍ଦ୍ରପୁର ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ମୋଟ ୯୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ୬୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ମେଡେଲ ଦେଇ ପୁରସ୍କୃତ କରାଯାଇଥିଲା I ଗାରିମା ସାହା, ସାନଭି ମହାପାତ୍ର, ଅନିଲ କୁମାର ମହାନ୍ତ, ସୌମ୍ୟ ସଂକେତ ନାୟକ ଓ ଶ୍ରେୟାଂଶ ମହାପାତ୍ର ସର୍ବାଧିକ ମେଡେଲ ହାସଲ କରିଥିଲେ I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚରଣ ହାଁସଦା, କ୍ରୀଡ଼ାବିତ ସୋମନାଥ ସିଂହ ଓ ଦିବ୍ୟ ରଞ୍ଜନ ଦାସ ତଥା ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ମହାନ୍ତ ଓ ତ୍ରିଲୋଚନ ଶବର ପୁରସ୍କାର ବିତରଣ କରିବା ସହ ମିଲେଟ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୃଷ୍ଟିସାର ହୋଇଥିବାରୁ ଖେଳାଳୀ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ଲଘୁଶସ୍ୟ ଯଥା ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନI ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇ ଥିବାରୁ ଖେଳାଳି ତଥା ଅନ୍ୟ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ I ସନ୍ତରଣ କୋଚ ଅଜୟ ଦାସ, ବିକାଶ ହରିପାଲ, ଗୁଲାପି କାଲୋ ଓ ସଂଯୋଜକ ବାପି ରାୟ ପ୍ରତିଯୋଗିତା ପରିଚାଳନା କରିଥିଲେ I