ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ପଞ୍ଚାୟତ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ଖେଳ ପଡିଆଠାରେ ଏଲ୍ସିସି କ୍ଲବ ଦ୍ଵାରା ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ଏଲ୍ ସି ଏଲ୍ ସିଜେନ୍ – ୨, କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଶିମିଳିପାଳ ଟାଇଗର ଓ ରାହୁଲ ଏକ୍ସପ୍ରେସ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଶିମିଳିପାଳ ଟାଇଗର ଫିଲଡିଙ୍ଗ କରିବାର ନିଷ୍ପତି ନେଇ ରାହୁଲ ଏକ୍ସପ୍ରେସ କୁ ବ୍ୟାଟିଂ ଦେଇଥିଲେ। ରାହୁଲ ଏକ୍ସପ୍ରେସ କ୍ରିକେଟ ଟିମ
ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଶିମିଳିପାଳ ଟାଇଗର କ୍ରିକେଟ ଟିମ ସମସ୍ତ ଓଭର ଖେଳି ୯ ଉଇକେଟ
ହରାଇ ୧୧୮ ରନ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ରାହୁଲ ଏକ୍ସପ୍ରେସ କ୍ରିକେଟ ଟିମ ବିଜୟୀ ହୋଇଥିଲା।
ମୋହନ ଏବଂ ବୁଲା ଏମ୍ପାୟାର ଦାୟିତ୍ଵ ତୁଲାଇ ଥିବା ବେଳେ ଆନୁଓ୍ଵାର ହୁସେନ, ଆକାଶ ମହାପାତ୍ର ଏବଂ ଇରସାଦ୍ ଭାଷ୍ୟକାର ଦାୟିତ୍ଵ ତୁଲାଇଥିଲେ। ଟୁର୍ଣ୍ଣାମେଣ୍ଟରେ ରାହୁଲ ଏକ୍ସପ୍ରେସ ଟିମର ହେପ୍ପି ମ୍ୟାନ ଅଫ ଦା ମ୍ୟାଚ, ଡିକେ ଫାଇଟାର୍ ଦଳର ତପୁ ସେଠୀ ମ୍ୟାନ ଅଫଦ ସିରିଜ ଏବଂ ଭଲ ବେଟ୍ସମ୍ୟାନ, ଆର୍ ଜେ ଓ୍ଵାରିଓସ୍ ର ଭଲ ବୋଲର କଲୁ, ରାହୁଲ ଏକ୍ସପ୍ରେସ ଦଳର ଫିଲଡର ଅଭିଷେକ ଘୋଷ, ଦର୍ଶକ କେଚ୍ ରେ ଜଗନ୍ନାଥ ଓ ଟିଟୁ,ଏକଟିଭ୍ ମେମ୍ବର ହିସାବରେ ଶ୍ରବଣ ବେହେରା ପ୍ରମୁଖ ଯୋଗ୍ୟ
ବିବେଚିତ ହୋଇଥିଲେ।
ଏଲ୍ ସି ସି କ୍ଲବ ର ସଭାପତି ଆନୁଓ୍ଵାର ହୁସେନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ୩୪ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ଶ୍ରୀମତୀ ବିନ୍ଦୁ ସ୍ମିତା ଦେଓ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିବା ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ର ଶିକ୍ଷକ ସୁଧିର ଗିରି ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ଲୁହାକାନୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ମହାନ୍ତ, ଅବସରପ୍ରାପ୍ତ ସେନା ନିତ୍ୟାନନ୍ଦ ନାଏକ, ଓ୍ଵାଡ୍ ମେମ୍ବର ଭୁବନ ବେହେରା, ମନୋଜ ନନ୍ଦ, ରିପୋର୍ଟର ଭବାନୀ ମହାନ୍ତ, ସୁନିଲ ମହାପାତ୍ର,ରାଜା ଖାନ୍,ଦିଲିପ ସି,ସିତୁନ ମହାନ୍ତି, ଭୀମସେନ ମହାନ୍ତ, ଦେବାଶିଷ ମଣ୍ଡଳ ପ୍ରମୁଖ ଯୋଗଦେଇ ଥିଲେ।
କ୍ଲବର ବରିଷ୍ଠ ସଭ୍ୟ ଆନୁଓ୍ଵାର ହୁସେନ ଅତିଥି ପରିଚୟ କରିଥିବା ବେଳେ କ୍ଲବର ସଭ୍ୟ ନିରଞ୍ଜନ ଅମିତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ବିଜୟ ଟିମକୁ ଟ୍ରଫି ସହ ନଗଦ ୨୪ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ଟ୍ରଫି ସହ ନଗଦ ୧୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କ୍ଲବର ସଭ୍ୟ ବାପୁନ୍, ନୁରୀ, ସହଦେଵ, ଅମିତ୍, ଆକାଶ, ଇରସାଦ, ସିପୁନ, ଶିବୁ, ସୁବାଷ, କାଳିଆ, ଲିପୁନ, ସଞ୍ଜିତ, ଦିଲୁ, ଅଭିମନ୍ୟୁ, ସୁବବମ, ରାଜା, ଲଧା, ଆମିନ୍, ସୁରଜ, ପିଣ୍ଟୁ, ଆଜିଜୁଲ, ନାଜରୁଲ, ଶାହାରୁକ, ଆବୁଲ, ରେହାନ୍, ଆସିଫ୍, ଆରଜୁ ସମେତ ସମସ୍ତ ସଦସ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତିନଟି ପଞ୍ଚାୟତର ୭ ଟି ଦଳ ଅଂଶଗ୍ରହଣ କରିଥିଲେ।