ବାରିପଦା : ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ପଦ୍ମଶ୍ରୀ ଡ଼ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ଡ଼ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ରେ ସମୂହ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ ପରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ଶିକ୍ଷାବିତ ତଥା ଅବସର ପ୍ରାପ୍ତା ଅଧ୍ୟକ୍ଷା ବନଜା ମହାନ୍ତି ସଭାପତିତ୍ବ କରିଥିଲେ। ଏହି ସଭାରେ ସ୍ୱର୍ଗତଃ ପାଣିଗ୍ରାହୀଙ୍କ ସୂପୁତ୍ରୀ କଳ୍ପନା ଷଡଙ୍ଗୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ଶ୍ୟାମ ସୁନ୍ଦର୍ ଦାସ , ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର, ଶିକ୍ଷାବିତ୍ ଡଃ ଯୋଗେନ୍ଦ୍ର ପଣ୍ଡା ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ ଷଡଙ୍ଗୀ, ଡଃ ଅଞ୍ଜଳି ପଣ୍ଡା, ଆର୍କିଟେଷ୍ଟ ମନୋଜ କୁଆଁର, ଡଃ ରବୀନ୍ଦ୍ର ନାରାୟଣ ଦାଶ, ଆକାଶବାଣୀ ଘୋଷିକା ରେଣୁବାଳା ରଥ, ଛାଞ୍ଚ ଉନ୍ନୟନ କମିଟିର ସଭାପତି ଲକ୍ଷ୍ମୀଧର ଜେନା, ଉପସଭାପତି ଅଶୋକ ମଣ୍ଡଳ , ସୁଧାମୟୀ ଦାସ, ସୁନୀତା କୁଆଁର, କବୟିତ୍ରୀ ମିନତୀ ଦାଶ, ପ୍ରଦୀପ କୁମାର କର, ଶିକ୍ଷାବିତ୍ କୈବଲ୍ୟ ପ୍ରସାଦ ମହାପାତ୍ର, ସାହିତ୍ୟିକା ବାସନ୍ତୀ ଲତା ମହାପାତ୍ର, ସମାଜସେବୀ ଚନ୍ଦନ ସେଜପଡା, ଅଭିଷେକ ପଣ୍ଡା, ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ଦର୍ଶନା ଭଞ୍ଜଦେଓ, ପ୍ରଦୀପ ଦାସ, ଅଭିଷେକ ଯାଦବ, କିଚକ ବେହେରା , ସାମ୍ୱାଦିକ ସୁକାନ୍ତ ଜୀଉ, ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି ସ୍ୱର୍ଗତଃ ପଦ୍ମଶ୍ରୀ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜର କଠିନ ଅଧ୍ୟବସାୟ ଓ ସାଧନା ବଳରେ ପ୍ରତ୍ନତାତ୍ତ୍ୱିକ ଗବେଷଣା କ୍ଷେତ୍ରରେ ଅପୂର୍ବ ସିଦ୍ଧିଲାଭ କରିଥିଲେ।। ଭାରତୀୟ ମୃତ ପାତ୍ର ଗବେଷଣାରୁ କୌଣସି ସୁଫଳ ମିଳିବ ନାହିଁ ବୋଲି ପ୍ରତ୍ତ୍ନତତ୍ତ୍ଵବିତ୍ ମାନଙ୍କ ମନରେ ଥିବା ଧାରଣା କୁ ସେ ଦୂରେଇ ଏଥିରେ ଅପୂର୍ବ ସଫଳତା ହାସଲ କରିଥିବାରୁ ମୃତ ପାତ୍ର ଗବେଷଣାର ଜନକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଥିଲା। ୧୯୭୬ରେ ପ୍ରତ୍ନତାତ୍ତ୍ୱିକ ଗବେଷଣା ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ତାଙ୍କର ଆତ୍ମଜୀବନୀ ପୁସ୍ତକ ମୋ ସମୟର ଓଡ଼ିଶା ପାଇଁ ତାଙ୍କୁ ୧୯୮୩ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ମିଳିଥିଲା ତେବେ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ପ୍ରବନ୍ଧ ମାନସ ମଧ୍ୟ ତାଙ୍କର ଅନ୍ୟ ଏକ ସର୍ବଶ୍ରେଷ୍ଠ କୃତୀ । ଶେଷରେ ସତ୍ୟାନନ୍ଦ ସେଜପଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l