Surendranath Patanayanka Smruti Sava 1

ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ସ୍ମୃତି ଦିବସ

State

ନିଶ୍ଚିନ୍ତକୋଇଲି: ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ବିଜେପି କାର୍ଯ୍ୟାଳୟରେ ଓଡ଼ିଶାର ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ସ୍ମୃତି ଦିବସ ପାଳିତ ହୋଇଛି । ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ ଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ବିକାଶ ପରିଷଦର ଅଧ୍ୟକ୍ଷ ଶାରଦା ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକ ଜଣେ ନିଷ୍ଠାପର ,ଧର୍ଯ୍ୟବାନ ଓ ତ୍ୟାଗପୂର୍ତ୍ତ ଭାବେ କାର୍ଯ୍ୟ କରି ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ବହୁ ବିକାଶ କରିଥିବା ସଂକ୍ରାନ୍ତରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଢିଙ୍କୁ ଆହ୍ୱାନ ଦେଇଥିଲେ ।

ଏଥ୍‌ôରେ ଜୋନ୍ ସଭାପତି ଅଶୋକ ସାହୁ , ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର, ମଣ୍ଡଳ ସଭାପତି କୈଳାସ ବେହେରା, ରଂଜନ ରାଉତ, ନିର୍ମଳ ରାଉତ, ସମିତିସଭ୍ୟ ଭବାନୀ ବେହେରା, ସୁରେନ୍ଦ୍ରନାଥ ରାଉତ, ହରମୋହନ ପଣ୍ଡା,ସୁରେନ୍ଦ୍ରନାଥ ଜେନା, ପ୍ରଫୁଲ୍ଲଚନ୍ଦ୍ର ଦାସ, ବିକାଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଭାଗ୍ୟଧର ନାୟକ ଓ ଉତ୍ତମ ଚରଣ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସୁରେନ୍ଦ୍ରନାଥ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ଅଜିତ୍ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।