Ewr

ସ୍ବାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

State

ବାରିପଦା: ଜଗଦଗୁରୁ ଶ୍ରୀ କୃପାଳ ଜୀ ମହାରାଜଙ୍କ ପ୍ରମୁଖ ପ୍ରଚାରକ ସ୍ବାମୀ ମୁକୁନ୍ଦାନନ୍ଦ ଜୀ ଦ୍ଵାରା ଶନିବାର ଦିନ ପୂର୍ବାହ୍ନ ରେ ଧୁଙ୍ଗିଆଡିହି ଗ୍ରାମ ସନ୍ନିକଟ ବଡପାଖନା ସ୍କୁଲ ପଡିଆରେ ଦିଵ୍ଯ ଏକ ଆଧ୍ୟାତ୍ମିକ ସତସଙ୍ଗ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବାମୀ ଧୁଙ୍ଗିଆଡିହି ଖେଳ ପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ସାଧକ ଭାଇ ଭଉଣୀମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପ୍ରବଚନ ମଣ୍ଡପକୁ ପାଛୋଟି ନେଇଥିଲେ ।ଗୁରୁଜୀଙ୍କ ପାଖରୁ ଦେଖି ସାଧକ ଭାଇ ଭଉଣୀ ନୃତ୍ୟରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ । ଏଥିରେ ସେ ଭଗବତ୍ ଗୀତା,ରାମାୟଣ, ମହାଭାରତ କଥା ସହ ଜୀବନ ଉପରେ ଏହାର ପ୍ରଭାବକୁ ପ୍ରାଞ୍ଜଳ ଭାବରେ ଵୁଝାଇଥିଲେ ।ଆତ୍ମା ଓ ପରମାତ୍ମା ର କିଭଳି ସଂଯୋଗ ହେବ, ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ଜୀବନ ଯାପନ କରିବା, କଳୁଷିତ ବସ୍ତୁବାଦୀ ସମାଜରୁ ଓ ଅବସାଦମୟରୁ ନିଜକୁ ରକ୍ଷା ପାଇଁ ଧର୍ମ କୁ ଆପଣାଇବା ଏବଂ ପ୍ରତ୍ୟେକଙ୍କ ଜୀବନରେ ନିଜ ମନର ସହ ଗୁରୁଙ୍କ ପାଖରେ ସମର୍ପି ଜୀବନକୁ ସଠିକ୍ ମାର୍ଗରେ ଗତିଶୀଳ କରିବା ପାଇଁ ଖୁବ ସରଳ ଭାଷାରେ ବୁଝାଇଥିଲେ ।ମଣିଷ ଜୀବନ ଦୁର୍ଲଭ । ତେଣୁ ସଠିକ୍ ଧାର୍ମିକ ରାସ୍ତାରେ ଗଲେ ଜୀବନ ଧନ୍ୟ ହେବା ସହ ନିଜ ପରିବାର ଓ ସମାଜର ମଙ୍ଗଳ ହିଁ ମଙ୍ଗଳ ହେବ ବୋଲି ବୁଝାଇଥିଲେ । ତେଣୁ ସମସ୍ତେ ସତସଙ୍ଗ ରେ ଯୋଗ ଦେଇ ସତ ଶିକ୍ଷଣ ଗ୍ରହଣ କରିବା ଉଚିତ ।ପରେ ସ୍ଵାମୀ ମୁକୁନ୍ଦାନନ୍ଦ ଜୀ ନିକଟସ୍ଥ ୩ ଟି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଏବଂ ଟିଫିନ୍ ବାକ୍ସ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଆଖପାଖ, କରଂଜଇଆ, ବାରିପଦା, ଭଦ୍ରକ, ଚାଇଁଵସା, କେନ୍ଦୁଝର ପ୍ରମୁଖ ଅଂଚଳରୁ ୪ ହଜାରରୁ ଉର୍ଦ୍ଧ୍ବ ସାଧକ ଭାଇ ଭଉଣୀ ଏହି ସତସଙ୍ଗରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆଇଟିଆଇ ର ଅଧ୍ୟକ୍ଷ ଶୈଲେଶ ସିଂ, ରାଧାଗୋବିନ୍ଦ ଧାମରା ସଭାପତି ସୂର୍ଯ୍ୟକାନ୍ତ ଘଣା, ତିଖିଆ ରାଧାକୃଷ୍ଣ ମନ୍ଦିରର ତାପସ ଦାସ, ନାଗଭଣ ରାଧାକୃଷ୍ଣ ମନ୍ଦିରର ସଭାପତି ପ୍ରତ୍ୟୁଷ ସାହୁ, ରିତେଶ ଆଠଘରିଆ, ସୁମିତ୍ରା ମୁଣ୍ଡା, ସୋମା ସର୍ଦ୍ଦାର, ନୀତୁ ପାତ୍ର, ନବୀନ ମହାନ୍ତ, ଲିଲିମଣି ସାହୁ ,ଜେମାମଣି ମୁଣ୍ଡା, ସୁରେନ୍ଦ୍ର ସିଂଦେଓ, ଶାନ୍ତିଲତା କୁଅଁର, ରାଧେଶ୍ୟାମ ମୁଣ୍ଡା, ଗୌରମୋହନ ମହାନ୍ତ ଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ |

Sefrwe