Onn 3

ମୂଲ୍ୟହିନ ପାଲଟିଛି ଆଗରପଡ଼ାରେ ଗ୍ରୀଡ଼ ନିର୍ମାଣ, ଅଘୋଷିତ ବିଦ୍ୟୁତ୍ କାଟରେ ଜନଜୀବନ ଅସ୍ତବ୍ୟସ୍ତ

State

ଆଗରପଡ଼ା:ଅସହ୍ୟ ଖରାରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାରୁ ଆଗରପଡ଼ା ଠାରେ ଗ୍ରୀଡ଼ ନିର୍ମାଣ ମୂଲ୍ୟହିନ ହୋଇପଡ଼ିଛି । ପ୍ରକାଶ ଥାଉକି;ଆଗରପଡ଼ା ଠାରେ ପ୍ରାୟ ୧୦ ଏକର ପରିମିତ ସ୍ଥାନରେ ଗ୍ରୀଡ଼ଷ୍ଟେସନ ନିର୍ମାଣ କାର୍ଯ୍ୟ ଗତ ୨୦୧୫ ଫେବୃୟାରୀ ୨୨ ତାରିଖ ରୁ ଓପିଟିସିଏଲ ର ଇଏଇଚ୍‌ଟି(ଏସ) ବାଲେଶ୍ୱର ଡ଼ିଭିଜନ ପକ୍ଷରୁ ଆରମ୍ଭ ହୋଇଥିଲା । ୨୭ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ନିର୍ଦ୍ଦାରିତ ସମୟ ଠାରୁ ବହୁ ବିଳମ୍ବରେ ଶେଷ ହୋଇଥିଲା । ୧୩୨/୧୩୩ କେ.ଭି.ଗ୍ରୀଡ଼ଷ୍ଟେସନରୁ ୧୩୨ କେ.ଭି. ଡ଼ବଲ ସର୍କିଟ ଲାଇନ୍ ସଂଯୋଗ କରିବା ଲକ୍ଷ୍ୟରେ ଏହି ଗ୍ରୀଡ଼ଷ୍ଟେସନ ନିର୍ମାଣ କରାଯାଇଛି ।

ଏହାଦ୍ୱାରା ବିଦ୍ୟୁତ୍ କାଟ ସମସ୍ୟା ଅନେକାଂଶରେ ହ୍ରାସ ପାଇ ପାରିବା କଥା କିନ୍ତୁ ସ୍ଥାନୀୟ ଅଂଚଳରେ ଘନଘନ ବିଦ୍ୟୁତ୍ କାଟ ହେଉଥିବାରୁ ଏଠରେ ଏତେ ମୂଲ୍ୟରେ ନିର୍ମିତ ଗ୍ରିଡ଼ ପ୍ରହସନରେ ପରିଣତ ହେବା ସହ ମୂଲ୍ୟହିନ ହୋଇପଡ଼ିଛି । ବର୍ତ୍ତମାନ କୌଣସି କିଛି କାରଣ ନ ଥାଇ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି । ବିଲ୍ ପୈଠ କରିକରି ଉପଭୋକ୍ତା ମାନେ ନୟାନ୍ତ ହେଉଛନ୍ତି ଅଥଚ ଏହି ସେବା ଠିକ୍ ଭାବେ ପାଇପାରୁ ନାହାଁନ୍ତି । ଅଧିକାଂଶ ସମୟରେ ଅନ୍ଧାରରେ ରହୁଛନ୍ତି । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ଆଗରପଡ଼ା । ଏଠାରେ ମଧ୍ୟ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର,ବିଇଡ଼ି କଲେଜ,ମହିଳା କଲେଜ, ସାଧାରଣ କଲେଜ ପରି ଶତାଧିକ ଶିକ୍ଷାନୁଷ୍ଠାନ ରହିଛି । ସ୍ଥାନୀୟ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୩ ଟି ବ୍ଲକର ଅଧିକାଂଶ ପଞ୍ଚାୟତ ବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ବିଦ୍ୟୁତ୍ ବିନା ଏହି ସବୁ ସେବା ବ୍ୟାହତ ହୋଇ ପଡ଼ୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।