ବାରିପଦା: ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସ୍କର୍ପିଓ ଧକ୍କା ଦେଇଛି । ଘଟଣାସ୍ଥଳରେ ଅଟୋ ଚାଳକ ସହିତ ଅନ୍ୟଜଣଙ୍କ ମୃତ୍ୟ ହୋଇଛି । ପୋଲିସ ପହଞ୍ଚି ମୃତଦେହକୁ ବାରିପଦା ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି।
ଖବର ଅନୁଯାୟୀ, ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ଏକ ବ୍ୟାଟେରୀ ଚାଳିତ ଅଟୋକୁ ଜୋରଦାର ଧକ୍କା ଦେଇଛି ସ୍କର୍ପିଓ । ଯାହାଫଳରେ ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହିତ ଆଉ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ହସ୍ପିଟାଲକୁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।