Img 20240514 Wa0160

ପୋଷ୍ଟାଲ ବାଲଟ ଜରିଆରେ ମତଦାନ ସମ୍ଭନ୍ଧୀୟ ବୈଠକ ଅନୁଷ୍ଠିତ

State

ବିଭିନ୍ନ ରାଜନୈତିକ ଦଳ ସହିତ ଆଲୋଚନା

ବାରିପଦା:  ନିର୍ବାଚନ ସମୟରେ ମତଦାନ ପ୍ରକ୍ରିୟାରେ ଅନ୍ୟ ଏକ ବ୍ୟବସ୍ଥା ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ମୟୂରଭଞ୍ଜ ଜିଲ୍ଲାରେ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ରାଜନୈତିକ ଦଳ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ହୋଇଥିବା ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପ୍ରତ୍ୟେକଟି ମତଦାତାଙ୍କୁ ଦାୟିତ୍ୱର ସହିତ ଏବଂ ଏହି ଦାୟିତ୍ୱକୁ ସମସ୍ତ ରାଜନୈତିକ ଦଳ ମାନଙ୍କୁ କର୍ତବ୍ୟନିଷ୍ଠତା ସହିତ ଅନୁଧ୍ୟାନ କରିବାକୁ ହେବ। ସୂଚନା ଥାଉକି, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥାରେ ଅନ୍ତର୍ଗତ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ, ପ୍ରଥମ ରାଉଣ୍ଡ ହୋମ ଭୋଟିଂ ଆସନ୍ତା ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ (ସକାଳ ୭ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ହେବାକୁ ଥିବାବେଳେ ଜିଲ୍ଲାର ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ (ସକାଳ ୭ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ହେବାପାଇଁ ନିର୍ଧାରିତ ହୋଇଅଛି।

ଦ୍ଵିତୀୟ ରାଉଣ୍ଡ ହୋମ ଭୋଟିଂ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୯ ତାରିଖ ଦିନ ଏବଂ ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୪ ତାରିଖ ରେ (ସକାଳ ୭ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ହେବ। ସୂଚନା ଥାଉକି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ପୋଷ୍ଟାଲ ବାଲଟ ସେଣ୍ଟର ଠାରେ ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖ ରେ ଶେଷ ହେବାକୁ ଥିବା ବେଳେ, (ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ଏହାକୁ ସ୍ଥିରୀକୃତ ହୋଇଥିବା ବେଳେ ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ (ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ଚାଲିବ। ସେହିପରି କରଞ୍ଜିଆରେ ପ୍ରଶିକ୍ଷଣ ସ୍ଥାନ ଠାରେ ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖ ରେ ଶେଷ ହେବାକୁ ଥିବା ବେଳେ, ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ (ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ଚାଲିବ। ସମସ୍ତ ରିଟନରନିଙ୍ଗ ଅଧିକାରୀଙ୍କ ପ୍ରକୋଷ୍ଠରେ କରଞ୍ଜିଆରେ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୪ ତାରିଖ ରେ ଶେଷ ହେବାକୁ ଥିବା ବେଳେ, ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ (ସକାଳ ୭ଟା ରୁ ମାଧ୍ୟାନ ୧ଟା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ଚାଲିବ। ବିଶେଷ କରି ଏହି ପୋଷ୍ଟାଲ ବାଲଟ ଭୋଟିଂ, ଜିଲ୍ଲାର ସମସ୍ତ ୫ଟି ପୋଲିସ ଉପଖଣ୍ଡରେ କରଞ୍ଜିଆ ପାଇଁ ଆସନ୍ତା ୨୨ ତାରିଖ ରେ ହେବାକୁ ଥିବା ବେଳେ ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ ତାରିଖ ଦିନ ହେବାର ବ୍ୟବସ୍ଥା କରାଯିବା ସହିତ ବିଶେଷ କରି କେଉଁ ବର୍ଗ ର ମତଦାତା ମାନଙ୍କ ପାଇଁ ଏହା ଜରୁରୀ ସେ ବିଷୟ ରେ ସୂଚିତ କରିଥିଲେ |

ପ୍ରଥମ ବର୍ଗ ଯେଉଁ ମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଯଥା ପୋଲିଙ୍ଗ ପର୍ଶନେଲ, ପୋଲିସ କର୍ମଚାରୀ ଓ ଗାଡିଚାଳକ ଇତ୍ୟାଦି, ଦ୍ଵିତୀୟ ରେ ନିଜ ନିଜ କାର୍ଯ୍ୟ କ୍ଷେତ୍ର ରେ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରୁଥିବା ବ୍ୟକ୍ତି ଯଥା ଡାକ୍ତର, ନର୍ସ, ଆମ୍ବୁଲାଏନ୍ସ ଏବଂ ଅଗ୍ନିଶମ ସେବା କର୍ମଚାରୀ ଇତ୍ୟାଦି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅବଗତ କରିଥିଲେ |

ଏତଦ ବ୍ୟତୀତ ନିର୍ବାଚନ କମିଶନ ଙ୍କ ନିର୍ଦେଶ କ୍ରମେ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଓ ଶାରୀରିକ ଭାବେ ଭିନ୍ନକ୍ଷମ ବ୍ୟକ୍ତି ଯେଉଁ ମାନେ ମତଦାନ କେନ୍ଦ୍ର ଙ୍କୁ ଆସିବା ପାଇଁ ଅସୁବିଧା ଅନୁଭବ କରୁଛନ୍ତି ସେମାନଙ୍କ ପାଇଁ ହୋମ୍‌ ଭୋଟିଂ  ର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ | ପ୍ରକାଶ ଥାଉକି, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ (ସର୍ବନିମ୍ନ ୪୦%) ଶାରୀରିକ ଅକ୍ଷମ ବ୍ୟକ୍ତି, ସମସ୍ତ ଚାକିରିଆ ବ୍ୟକ୍ତି ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଚାଲିବୁଲି ପାରୁ ନଥିବେ ସେମାନଙ୍କ ପାଇଁ ଉଦ୍ଧିଷ୍ଟ। ହୋମ୍‌ ଭୋଟିଂ ପ୍ରକ୍ରିୟା ରେ ପୋଲିଙ୍ଗ ଅଫିସର ସହ ମାଇକ୍ରୋ ପର୍ଯ୍ୟବେକ୍ଷକ ଓ ଭିଡ଼ିଓ ଗ୍ରାଫର ନିୟୋଜିତ ହେବେ | ତେଣୁ ହୋମ୍‌ ଭୋଟିଂ ପାଇଁ ନିର୍ବାଚନ ରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜ ର ପ୍ରାଧିକୃତ ଏଜେଣ୍ଟ ନିଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ | ପୋଷ୍ଟାଲ ବାଲଟ ଏବଂ ହୋମ୍‌ ଭୋଟିଂ ର ମତଦାତା ମାନଙ୍କୁ ବି ଏଲ ଓ ସ୍ତରରେ ପୂର୍ବରୁ ସୁଚିତ କରାଯିବା ର ବ୍ୟବସ୍ଥା ମଧ୍ୟ୍ୟ ହୋଇଛି | ତେଣୁ ଗଣତନ୍ତ୍ର ର ଏହି ମହାନ ପର୍ବ ରେ ସମସ୍ତଙ୍କୁ ସାମିଲ କରାଇ ଏହି ପୋଷ୍ଟାଲ ବାଲଟ ଓ ହୋମ୍‌ ଭୋଟିଂ ପ୍ରକ୍ରିୟାର ସମ୍ପାଦନ ପାଇଁ ଉପସ୍ଥିତ ରାଜନୈତିକ ଦଳ ର ପ୍ରାର୍ଥୀ ଓ ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ |

ଆଜିର ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀ କାନ୍ତ ସ୍ୱାଇଁ ଉପସ୍ଥିତ ଥିବା ବେଳେ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧି ମlନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |