Onn 3

ରାସ୍ତା ନିର୍ମାଣ ଅନୁମତି ପାଇଁ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ ହେଲେ ଗ୍ରାମବାସୀ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଚଢଏଇପଆହଆଡଇ ପଞ୍ଚାୟତୟ ଡାହୁପାଣି ବନ ସୁରକ୍ଷା ସମିତି,ବଡଜିଆ ବନ ସୁରକ୍ଷା ସମିତି,ଫୁଲବାଡିଆ ବନ ସୁରକ୍ଷା ସମିତି ଏବଂ କିତାବେଡା ବନ ସୁରକ୍ଷା ସମିତି ସଦସ୍ୟ ଏବଂ ଗ୍ରାମବାସୀମାନେ ଦୁର୍ଗମ ଜଙ୍ଗଲ ଭିତରେ କାଳାତିପାତ କରୁଛନ୍ତି ।ରାସ୍ତା ଖଣ୍ଡେ ନାହିଁ ବୋଲି ଲୋକେ ନାହିଁ ନଥିବା ଅସୁବିଧା ସମେତ ଗର୍ଭବତୀ ମହିଳା ,ପଥିକ,ଛୋଟବଡ ସ୍କୁଲ ଛୁଆ, ଚାଷୀମାନେ ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାଟି କୁ ଅନ୍ତର୍ଭୁକ୍ତ କରିଥିବାବେଳେ ଠିକାଦାର କାମ ଆରମ୍ଭ କରିଥିଲେ ।ହେଲେ ବନ ବିଭାଗ ଜଙ୍ଗଲ ଆଇନ ଅନୁସାରେ କାମକୁ ବନ୍ଦ କରି ଦେଇଛନ୍ତି ।ଯାହାଫଳରେ ରାସ୍ତା ହେବା ଆଶା ମଉଳି ଯାଇଛି । ତେଣୁ ବୁଧବାର ଦିନ ସେହି ୪ ଟି ଗ୍ରାମବାସୀ ଡିଏଫଓଙ୍କ କାର୍ଯ୍ୟାଳୟରେ ତୁରନ୍ତ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।