Onn 3

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ୪୧ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୭ ସାଂସଦଙ୍କୁ ଟିକେଟ୍

National & International

 

Capture-12-750x430

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି । ତାରିଖ ଘୋଷଣାର କିଛି ଘଣ୍ଟା ପରେ ହିଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପ୍ରଥମ ତାଲିକାରେ ବିଜେପି ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ଦିୟା କୁମାରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଛି। ଏହା ସହ ଅନେକ ଭେଟେରାନଙ୍କ ଟିକେଟ କାଟି ଦିଆଯାଇଛି । ଏହି ତାଲିକାରେ ଅନେକ ଆଶ୍ଚର୍ୟ୍ୟଜନକ ନାମ ସାମ୍ନାକୁ ଆସିଛି । ପ୍ରଥମ ତାଲିକା ଦେଖି ଅନେକ ବରିଷ୍ଠ ନେତା ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଭୈରବ ସିଂ ଶେଖାୱତଙ୍କ ଜ୍ୱାଇଁ ନରପତ ସିଂ ରାଜଭିଙ୍କୁ ଜୟପୁରର ବିଦ୍ୟାଧରନଗରରୁ ଟିକେଟ ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଭୋଟ ଗ୍ରହଣ କରାଯିବ ଓ ଡିସେମ୍ବର ୩ରେ ଗଣିତ ହେବ । ଏହି ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୬ ନଭେମ୍ବର ।
ମଧ୍ୟପ୍ରଦେଶ ପାଇଁ ୫୭ ଓ ଛତିଶଗଡ଼ ପାଇଁ ୬୪ ପ୍ରାର୍ଥୀଙ୍କ ତାଲିକା ଜାରି
ଦଳ ଛତିଶଗଡରେ ୬୪ ଜଣ ଏବଂ ମଧ୍ୟପ୍ରଦେଶରେ ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଛତିଶଗଡ଼ ପାଇଁ ଏହା ବିଜେପିର ଦ୍ୱିତୀୟ ଏବଂ ମଧ୍ୟପ୍ରଦେଶ ପାଇଁ ତୃତୀୟ ତାଲିକା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟପ୍ରଦେଶର ବୁଦ୍ଧନୀରୁ ଟିକେଟ ମିଳିଛି । ସେହିପରି ଦତିଆରୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି।