Onn 3

ରଙ୍ଗ୍ ରୁଟରେ ଡ୍ରାଇଭିଂ କରି ୨୦୧ଟି ବାଇକ ଜବତ

Crime State

 

wo

ଭୁବନେଶ୍ବର: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ୦୭ ଏବଂ ୦୮ ତାରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା। ଏହି କ୍ରମରେ ଭୁବନେଶ୍ବର ଟ୍ରାଫିକ୍ ପୋଲିସ ପକ୍ଷରୁ ରଙ୍ଗ୍ ରୁଟ ଡ୍ରାଇଭିଂ, ମୋଡିଫାଏଡ ସାଇଲେନ୍ସର, ବେଆଇନ ପାର୍କିଂ, ନିଶା ସେବନ କରି ଗାଡି ଚାଳନା କରୁଥିବା ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା।

ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ରଙ୍ଗ୍ ରୁଟରେ ଡ୍ରାଇଭିଂ କରୁଥିବା ଖିଲାପକାରୀ ମାନଙ୍କର ସମୁଦାୟ ୨୦୧ଟି ମୋଟରସାଇକେଲ ଏବଂ ମୋଡିଫାଏଡ ସାଇଲେନ୍ସର ବ୍ୟବହାର କରୁଥିବା ସମୁଦାୟ ୧୩ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କ ମୋଟରସାଇକେଲ ଗୁଡିକ ଜବତ କରାଯାଇଛି। ସେହିପରି ନିଶା ସେବନ କରି ଗାଡି ଚାଳନ କରୁଥିବା ସମୁଦାୟ ୬ ଜଣ ଆଇନ ଖିଲାପକାରୀଙ୍କୁ ନିକଟସ୍ଥ ଥାନାରେ ଜିମ୍ମା ଦିଆଯାଇଛି।

ଜବତ ହୋଇଥିବା ମୋଟରସାଇକେଲ ବ୍ୟବହାରକାରୀ ତଥା ମାଲିକମାନଙ୍କ ବିରୁଦ୍ଧରେ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି। ଏଣୁ ଜନସାଧରଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରନ୍ତୁ ନାହିଁ। ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରିବାକୁ ଟ୍ରାଫିକ୍ ପୋଲିସ ପକ୍ଷକୁ ନିବେଦନ କରାଯାଇଛି। ଏହାସହ ଆଗକୁ ମଧ୍ୟ ଏପରି ଡ୍ରାଇଭ ଜାରି ରହିବ ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି।