Onn 3

ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା

National & International

ନୂଆଦିଲ୍ଲୀ : ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ ଭାଗନେବେ ପଂଜାବ ରେଜିମେଣ୍ଟ ଡ୍ରିଲ କଣ୍ଟିଜେଣ୍ଟ। ଏଥିପାଇଁ ପ୍ୟାରିସ ଅଭିମୁଖେ ଯାଇଛନ୍ତି ଟିମ୍।
ଏଥିରେ ତିନିଜଣ ଅଫିସର, ଚାରିଜଣ ଜେସିଓ ଏବଂ ୬୯ଜଣ ଟ୍ରୁପ୍ ଅଛନ୍ତି । ବାଷ୍ଟିଲ ଡେ ସେଲିବ୍ରେସନ ନାଁରେ ଜଣାଶୁଣା ଫ୍ରାନ୍ସର ଜାତୀୟ ଦିବସରେ ବିଶ୍ୱର ବିଭିନ୍ନ ଦେଶର ଟ୍ରୁପ୍ ସାମିଲ ହେବେ। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ବାଷ୍ଟିଲ ଡେ ପରେଡରେ ଯୋଗଦେବେ ।