Onn 3

ହୋଲି ପୂର୍ବରୁ ରେଲୱେର ଉପହାର: ଯାତ୍ରୀ ଭଡ଼ା ହେଲା ଶସ୍ତା

National & International

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ହୋଲି ପୂର୍ବରୁ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଉପହାର ପ୍ରଦାନ କରଯାଇଛି। ରେଲୱେ ପକ୍ଷରୁ ଯାତ୍ରୀ ଭଡ଼ା ୪୦ରୁ ୫୦ ପ୍ରତିଶତ ଶସ୍ତା ହୋଇଥିବା ନେଇ ଘୋଷଣା କରାଯାଇଛି। ଉତ୍ତର ରେଲୱେ ପକ୍ଷରୁ ଟିକେଟ ଦର କମ୍ କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରେଲୱେ ଅନୁସାରେ କଶ୍ମୀର ଘାଟି ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଗୁଡ଼ିକର ଯାତ୍ରୀ ଭଡ଼ା କମ୍ କରାଯାଇଛି।
ନୂଆ ଟିକେଟ ଦର ତତ୍କାଳ ଲାଗୁ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି। ଦ୍ବିତୀୟ ଶ୍ରେଣୀ ଯାତ୍ରୀ ଭଡ଼ାରେ ୪୦ରୁ ୫୦ ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି। ‌ଟ୍ରେନ୍ ଯାତ୍ରାକୁ ସାଧାରଣ ଲୋକଙ୍କ ପାଇଁ ସହଜ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି।
କରୋନା ମହାମାରୀ ସମୟରେ ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲା। ଏବେ ଏହାକୁ କମ୍ କରାଯାଇ କରୋନା ପୂର୍ବରୁ ଥିବା ଯାତ୍ରୀ ଭଡ଼ା ସହିତ ସମାନ କରାଯାଇଥିବା ଉତ୍ତର ରେଲୱେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ନୂଆ ଦର ଲାଗୁ ହେବା ଦ୍ବାରା ସଦୁରା ଠାରୁ ଶ୍ରୀନଗର ଯାତ୍ରା ପାଇଁ ଭଡ଼ା ଏବେ ୧୫ ଟଙ୍କା ହେବ। ପୂର୍ବରୁ ଏହା ୩୫ ଟଙ୍କା ଥିଲା ବୋଲି ନର୍ଥ ରେଲୱେ ପକ୍ଷରୁ କୁହାଯାଇଛି। ଏହା ଦ୍ବାରା ଜାମ୍ମୁ କାଶ୍ମୀର ଯାତ୍ରା କରୁଥିବା ଯାତ୍ରୀ ବିଶେଷ ଉପକୃତ ହେବେ। ଏହା ସହିତ ଜମ୍ମୁ କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି।