ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬ ଶହ ବସ୍ ଚଳାଇବେ । ୧୬ ଶହରୁ ୧ ହଜାର ପଞ୍ଚାୟତରୁ ବ୍ଳକ , ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବ । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଚାଲିବାକୁ ଥିବା ବସ୍ ରେ ଆମର କୌଣସି ସମସ୍ୟା ନାହିଁ । ବ୍ଳକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍ ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର ନାହିଁ । ଆସନ୍ତା ୧୩ ତାରିଖ ରେ ଲୋକସେବା ଭବନ ରେ ପରବର୍ତୀ ବୈଠକ ଅନୁଷ୍ଠିତ ହେବ ।
ଏବେ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଏହାପରେ ଷ୍ଟିଅରିଂ କମିଟି ବୈଠକରେ ଆଳୋଚନା ପରେ କାଲିଠାରୁ ବସ୍ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ବିଭିନ୍ନ ଦାବି ନେଇ ଆସନ୍ତାକାଲିଠୁ ଅନିଦ୍ଦିର୍ଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲା ବସ ମାଲିକ ସଂଘ।